ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳାରେ ସପ୍ତକାଣ୍ଡ ରାମାୟଣ ପ୍ରବଚନ ଆରମ୍ଭ ହୋଇଯାଇଛି । ଏଥିରେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେରଙ୍କ ନେତୃତ୍ୱରେ ପ୍ରଭୁ ଦାସ ଅନନ୍ତ ଚରଣଙ୍କ ମୁଖାର ବିନ୍ଦରୁ ଭକ୍ତିମୟ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀରାମ କଥା ପାଇଁ ବହୁ ଆଡମ୍ବରରେ ଆରମ୍ଭ ହୋଇଥିଲା । ଶ୍ରୀ ଅନନ୍ତ ଚରଣଙ୍କ ରାମାୟଣ ରସାମୃତ ପାନ କରି ଆସିଥିବା ଶହ ଶହ ଲୋକ ରାମକଥାରେ ଝୁମିଯାଇଥିଲେ । ଏହି ରାମ କଥା ସାତ ଦିନ ଧରି ଚାଲିବ ବୋଲି ଗଙ୍ଗାଧର ମେହେର ଧର୍ମଶାଳାର ସଭାପତି ସୁନୀଲ ମେହେର ପ୍ରକାଶ କରିଥିଲେ । ଏଥିରେ ଗୋପାଳ ମେହେର, ସୁଧୀର ମେହେର, ସୁନୀଲ ମେହେର, ପିଣ୍ଟୁ ମେହେର, ଆଲୋକ ମେହେର, ବବ୍ଲୁ ମେହେର ତଥା ମେହେର ଧର୍ମଶାଳାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହା ଆସନ୍ତା ୧ ତାରିଖ ଦିନ ଉଦ୍ଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।
Prev Post
Next Post