ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ରାମ ମନ୍ଦିର ନିକଟସ୍ଥ ପଡିଆରେ ଦ୍ୱିତୀୟ ସୁକତେଲ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ମହୋତ୍ସବକୁ ମୁଖ୍ୟ ଅତିଥି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏସ୍ଡିପିଓ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି, ପ୍ରଶାନ୍ତ କୁମାର ମେହେର ପ୍ରବାସୀ କଳା ସଂଗଠକ, ସାସ୍ୱତ କୁମାର ତ୍ରିପାଠି ମୁଖ୍ୟବକ୍ତା, ବିଧୂଭୂଷଣ ସିଂଦେଓ ସଭାପତି ପ୍ରମୁଖ ମଂଚାସୀନ ଥିଲେ । ମଳୟ ଆନନ୍ଦ କୁମାର ତ୍ରିପାଠୀ ସଂଯୋଜନା କରିଥିଲେ । ଏହି ମହୋତ୍ସବକୁ ନେସ୍ନାଲ ସାର୍ଭିସ ଫାଉଣ୍ଡେସନ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଲୋୟର ସୁକତେଲ ଅବବାହିକାରେ ଗଢିଉଠିଥିବା କଳା, ସଂସ୍କୃତି ଓ ସାହିତ୍ୟର ଯେମିତି କ୍ଷୟ ନ ହେବ ତାର ଉତ୍ଥାନ ପାଇଁ ଏହି ପରବ ଆୟୋଜନ କରୁଥିବା ହେତୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ସରକାର ଏବଂ ବିଭାଗ ନିଶ୍ଚିତ ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ସାହୁ ଏ ଅଂଚଳରେ ଶାନ୍ତି, ଶୃଙ୍ଖଳା ବଜାୟ ରଖି କଳାକାରଙ୍କୁ ଉଚିତ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ତ୍ରିପାଠୀ ଲୋକକଳା ବଂଚିଲେ କଳାକାର ବଂଚିବ ଏବଂ ଉଚିତ ସମ୍ମାନ ପାଇବ ବୋଲିି ଉପସ୍ଥିତ କଳାକାରଙ୍କୁ ଆହ୍ୱାନ ଦେଇଥିଲେ । ଟ୍ୱିଙ୍କିଲ ମହାପାତ୍ରଙ୍କୁ ସୁକତେଲ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଶ୍ରୀରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ଘୁମୁରା ଦଳ, ଦଣ୍ଡନୃତ୍ୟ, ଜିତେନ୍ଦ୍ରିୟ ହରିପାଲ କଳାକେନ୍ଦ୍ର ବଲାଙ୍ଗିର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆବାହକ ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ, ହାଡିବନ୍ଧୁ ତ୍ରିପାଠୀ, ସତ୍ୟନାରାୟଣ ଗହରୀ, ସଂଜୟ ଆନନ୍ଦ ତ୍ରିପାଠୀ, କଳା ସଂଗଠକ ଜୟକୃଷ୍ଣ ମିଶ୍ର ପ୍ରମୁଖ ସହଯୋଗ କରିଛନ୍ତି ।