jayashree

ଭଣ୍ଡାରପୁରୀ ଠାରେ ରାଧାଗୋବିନ୍ଦ ଗୋ-ସେବା ଟ୍ରଷ୍ଟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଠାରେ ରାଧାଗୋବିନ୍ଦ ଗୋ-ସେବା ଟ୍ରଷ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଵରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଝାରବନ୍ଧ ପଶୁ ଚିକିତ୍ସକ‌ ସମୀର ଖମାରୀ, ଆଲୋକ ରଂଜନ ମେହେର, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ଛୋଟ ଅନକି ଗ୍ରାମ ପଞ୍ଚାୟତ ସରପଞ୍ଚ ଚିନ୍ତାମଣି ରାଉତ, ସମିତି ସଭ୍ୟ ସତ୍ୟମ ପ୍ରଧାନ, କୁମିର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କ୍ଷୀରସାଗର ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହରିହର ସାହୁ, ଗୋ-ଶାଳା ସଂଚାଳକ ବେଣୁଧର ପଟେଲ, ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଦେବଦତ୍ତ ଗଡତିଆ, ଗୋବିନ୍ଦ ପଟେଲ, କିଶୋର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଦିବଂଗତ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗୋ-ସେବା ଟ୍ରଷ୍ଟର ଉନ୍ନତି ପାଇଁ ସାଂସଦଙ୍କ ମାସିକ ଦରମା ଏକ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଥିଲେ । ବିଜେପି ଜଗଦଲପୁର ମଣ୍ଡଳ ସଂପାଦକ ପଦ୍ମନ ରଣା ମଞ୍ଚ ପରିଚାଳନା କରିଥିଲେ । ବକ୍ତାମାନେ ବର୍ତ୍ତମାନ ଯୁଗରେ ରାସାୟନିକ ସାରକୁ ବାଦ୍ ଦେଇ ଜୈବିକ ସାର ବ୍ୟବହାର କରିବା ଓ ଗାଈଗୋରୁ ପାଳନ କରି ଗୋ-ମାତାଙ୍କ ସୁରକ୍ଷା କରିବା ପାଇଁ ନିଜ ନିଜ ବକ୍ତବ୍ୟ ଦେଇଥିଲେ । ରାଧାଗୋବିନ୍ଦ ଗୋ-ଶାଳା ସଂଚାଳକ ବେଣୁଧର ପଟେଲ ବର୍ତ୍ତମାନ ୩୦୦ ଗାଈଗୋରୁଙ୍କୁ ପାଳନ କରୁଛନ୍ତି । ତା’ସହିତ ଗୋବରରୁ ଧୂପବତୀ ତିଆରି କରୁଛନ୍ତିି । ତା’ସହିତ ଜିଆ ଚାଷ କରିବା ପାଇଁ ୨୪ଟି ଫାର୍ମିଙ୍ଗ କମ୍ପୋଷ୍ଟ ତିଆରି କରିଛନ୍ତିି । ଶ୍ରୀ ପଟେଲ ନିଜେ ଜୈବିକ ପର୍ଦ୍ଧତିରେ ଚାଷ ମଧ୍ୟ କରୁଛନ୍ତି । ଗୋ-ଶାଳା ଉଦ୍‌ଘାଟନୀ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏହି ଉଦ୍‌ଘାଟନୀ ସମାରୋହରେ ରାମକୃଷ୍ଣ ପ୍ରଧାନ, ବିନୋଦ ବିହାରି ବାଗ, ସତ୍ୟଭୂଷଣ ସାହୁ, ତ୍ରିଲୋଚନ ସାହୁ, ଅକ୍ଷୟ ପ୍ରଧାନ, ଧନେଶ୍ଵର ସାହୁ, ହରେକୃଷ୍ଣ ପଟେଲ ପ୍ରମୁଖ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ବେଣୁଧର ପଟେଲଙ୍କ କାର୍ଯ୍ୟକଳାପକୁ ଲୋକେ ପ୍ରଶଂସା ‌କରୁଛନ୍ତି ।

Leave A Reply

Your email address will not be published.