- ନାଗପୁରକୁ ହରାଇ ସେମିରେ କଣ୍ଟାବାଞ୍ଜି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବ ଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଚେୟାରମେନ ଭାବନା ସିଂ ଓ ସମ୍ମାନିତ ଅତିଥି ଭାବରେ ଖରିଆର ଓଏଭିସ ଅଧ୍ୟାପକ ସୁନିଲ ସାହୁ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ସମାଜସେବୀ ଗୌତମ ସିଂ, ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ଲିପିକା ଟେଣ୍ଟ ପ୍ରୋପାଇଟର ସନ୍ତୋଷ କୁମାର ସାହୁ, ଛିନ୍ଦେଇକେଲା ସମିତି ସଭ୍ୟ ମହେନ୍ଦ୍ର ଭୋଇ ଓ ଝାରବନ୍ଧ ସରପଞ୍ଚ ପ୍ରତିନିଧି ବେଣୁଧର ଭୋଇ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ । ଆଜିର ପ୍ରଥମ ଉଦଘାଟନୀ ମ୍ୟାଚ କଣ୍ଟାବାଞ୍ଜି ଓ ନାଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନାଗପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୪୩ ରନ ସଂଗ୍ରହ କରି କରିଥିଲା । ଦଳ ପକ୍ଷରୁ ପବନ ଚାନ୍ଦେଲ ୩୭, ପ୍ରୀତେଶ ୨୪ ଓ ଆଶୁତୋଷ ସିଂ ୨୩ ରନ ସଂଗ୍ରହ କରିଥିଲେ । କଣ୍ଟାବାଞ୍ଜି ଦଳରୁ ଗୌରବ ରାଉତ ୩ ୱିକେଟ, ବିଜୟ କୁମାର ଓ ନମନ ଖାଁ ୨ ୱିକେଟ ଲେଖାଏଁ ନେଇଥିଲେ । ୧୪୪ ରନ ବିଜୟ ଲକ୍ଷ୍ୟ ନେଇ କଣ୍ଟାବାଞ୍ଜି ଦଳ ବିଜୟ କୁମାର ୬୩ ରନ, ଶମ୍ଭୁ ହାତୀ ୩୬ ଓ ଗୌରବ ହାତୀ ୧୨ ରନ ବଳରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି । ନାଗପୁର ଦଳରୁ ଆଶୁତୋଷ ସିଂ ୩ ଓ ରିଷଭ ଜୟସ୍ୱାଲ ଓ ପ୍ରତୀକ ତଭାନେ ୧ ୱିକେଟ ଲେଖାଏଁ ନେଇଥିଲେ । ଆଜିର ଖେଳକୁ ଓସିଏ ଅମ୍ପାୟାର ଚୁଡ଼ାମଣି ପାଢ଼ୀ ଓ ବିଶ୍ଵକୁମାର ମହାକୁର ଖେଳ ପରିଚାଳନା କରିଥିଲେ । ପ୍ରମୋଦ ଦାସ, ବୁନିଲ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ ଓ ପ୍ରହଲ୍ଲାଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ ପାଇକମାଲ ସାମ୍ବାଦିକ ସଂଘରୁ ସୁରଥ କୁମାର ସାହୁ, ନିରୋଜ କୁମାର ପାଣୀ, ମାନସ ରଞ୍ଜନ ନାୟକ, କୁଞ୍ଜବିହାରୀ ସାହୁ, ଗିରିଶ ଚନ୍ଦ୍ର ମାଝୀ, ହେପି ପାଇକମାଲ ଗ୍ରୁପ ଏଡମିନ୍ ଯୋଗେଶ ଅଗ୍ରୱାଲ, ଶିବା ସାହୁ ଓ ଶୁଭମ ସାହୁ ପ୍ରମୁଖ ଯୋଗଦେଇ କଣ୍ଟାବାଞ୍ଜି ଦଳର ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଅଧିନାୟକ ବିଜୟ କୁମ୍ଭାରକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦେଇ ପୁରସ୍କୃତ କରିଥିଲେ । ପତିତପାବନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ପରିଚାଳନା କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ, ଉପଦେଷ୍ଟା ପ୍ରଶାନ୍ତ ସାହୁ, ଆନନ୍ଦ ସାହୁ, ସ୍ଵତନ୍ତ୍ର ସାହୁ, ଆକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ପ୍ରୟାଗରାଜ ଓ ବଲାଙ୍ଗିର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ହେମସାଗର ସାହୁ ସୂଚନା ଦେଇଛନ୍ତି ।