oom

ପାଇକମାଲ ଧାନ ମଣ୍ଡି ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସାପ୍ତାହିକ ବଜାର ପରିସରରେ ଆଜି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ପାଇକମାଲ ପେକ୍ସ ସଭାପତି ବିଜୟ ସ୍ୱାଇଁ ନଡ଼ିଆ ବାଡେଇ ଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ, ଏଥି ସହିତ ଶ୍ରୀସ୍ୱାଇଁ ଚାଷୀ ମାନଙ୍କ ଧାନ କଟନୀ ଛଟନୀ କରାଯିବ ନାହିଁ ବୋଲି କହିବା ସହ ଧାନ କ୍ୱିଟାଲ ୨୩୦୦+ବୋନସ ୮୦୦ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି ବୋଲି କହିଥିଲେ । ଏହି ଶୁଭକାର୍ଯ୍ୟରେ ନୋଡାଲ ଅଫିସର ପାଇକମାଲ ଆର୍‌ ଆଇ ମୈତ୍ରୀରଞ୍ଜନ ଶତପଥି, ମାର୍କେଟିଙ୍ଗ ଇନଚାର୍ଜ କୃପାସିନ୍ଧୁ ଦିଶ୍ରୀ, ସୋସାଇଟି ସମ୍ପାଦକ ରମେଶ ସାହୁ, ସାମାଜିକ କର୍ମୀ ବଡ ଶତପଥି, ମାନସ ନାୟକ, ପୂର୍ବତନ ତହସିଲଦାର ରାଜେନ୍ଦ୍ର ରାଉତ, ଚାଷୀ ସାଧୁ ସୁନା, ମୁନିରାମ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.