oom

ଉପଖଣ୍ଡସ୍ତରୀୟ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଏଫ.ଆଇ.ଏ.ସି ହଲ୍‌ ପରିସରରେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ୩ ଦିନିଆ ମଧ୍ୟମ ଔଦ୍ୟାଗିକ ଗୋପାଳନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅନିରୁଦ୍ଧ ବିଶ୍ୱାଲ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭେନ୍ଧୁ ସୁଧା ଷଡ଼ଙ୍ଗୀ, ବଙ୍ଗୋମୁଣ୍ଡା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସନ୍ୟାସୀ ଶତପଥି ପ୍ରମୁଖ ଉପସ୍ଥିତ ରହି ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ସମ୍ପର୍କୀତ ଜ୍ଞାନ, କୌଶଳ ଆହରଣ କରିବା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଲାଭ ଉପରେ ଆଲୋକପାତ କରାଯାଇଥିଲା । ଏହି ଶିବିରରେ ଡା. ବବିତା ପାତ୍ର, ଡା. ମୁକେଶ କୁମାର ଶବର, ଡା. ସ୍ୱରମ୍ୟା ପଣ୍ଡା, ଡା. ଭୋଗିନ୍ଦ୍ରନାଥ ମେହେର, କିରଣ ପାଣିଗ୍ରାହୀ, ସଂଗୀତା ପ୍ରଧାନଙ୍କ ସମେତ ମୁରିବାହାଲ, ବଙ୍ଗୋମୁଣ୍ଡା, ଟିଟିଲାଗଡ଼ ଓ ସଇଁତଲା ବ୍ଲକର ମଧ୍ୟମ ଗୋପାଳକ ସଦସ୍ୟ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.