oom

ଇମ୍ପେକ୍ଟ ଇଣ୍ଡିଆର ଲାଇଫ ଲାଇନ ଏକ୍ସପ୍ରେସ ଉଦଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱର ପ୍ରଥମ ହସପିଟାଲ ଟ୍ରେନ କୁହାଯାଉଥିବା ଲାଇଫ ଲାଇନ ଏକ୍ସପ୍ରେସ ବଲାଙ୍ଗିର ରେଳ ଷ୍ଟେସନ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପର୍ୟ୍ୟାୟ କ୍ରମେ ମୋତିଆବିନ୍ଦୁ ଓ ଆଖିର ପରୀକ୍ଷଣ, କଟା ଫଟା ଓଠର ଅସ୍ତ୍ରୋପ୍ରଚାର, କାନର ଶ୍ରବଣ ପରୀକ୍ଷଣ ଓ ଅସ୍ତ୍ରୋପ୍ରଚାର, ଦାନ୍ତର ଯତ୍ନ ଓ ପରୀକ୍ଷା, ପୋଲିଓ ଜନିତ ଅସ୍ଥିରୋଗର ଅସ୍ତ୍ରୋପ୍ରଚାର ତଥା ମାର୍କିର ପରୀକ୍ଷା ଓ ନିଦାନ ବିନାମୂଲ୍ୟରେ କରାଯିବା ବ୍ୟବସ୍ଥା କରାଯାଇଛି । ଭାରତ ପେଟ୍ରୋଲିୟମ ଦ୍ୱାରା ପ୍ରାୟୋଜିତ ଏହି କାର୍ୟ୍ୟକ୍ରମକୁ ଇମ୍ପେକ୍ଟ ଇଣ୍ଡିଆ ପରିଚାଳଣା କରୁଥିବା ବେଳେ ଭାରତୀୟ ରେଳ, କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ, ରାଜ୍ୟ ସରକାରଙ୍କ ସମର୍ଥନରେ ବଲାଙ୍ଗିର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ସହେଯାଗ ଯୋଗାଇ ଦିଆଯାଇଛି । ୧୫ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ସେବା ଆସନ୍ତା ଏପ୍ରିଲ ୫ ପର୍ୟ୍ୟନ୍ତ ଯୋଗାଇ ଦିଆଯିବା ନେଇ ଆୟୋଜକଙ୍କ ତରଫରୁ ସୁଚନା ପ୍ରଦାନ କରାଯାଇଛି । ଆଜିର ଉଦଘାଟନି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା, ସମ୍ମାନୀତ ଅତିଥି ଭାବେ ସିଡିଏମଓ ଡା. ଭୀମ ସାହୁ, ଏଡିଏମଓ ଡା. ପ୍ରଭାତ ରଥ, ଚକ୍ଷୁ ବିଭାଗ ଅଧିକାରୀ ଡା. ଉଷା ରାଣୀ ଦାଶ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଇମ୍ପେକ୍ଟ ଇଣ୍ଡିଆ ଅଧିକାରୀ ଚନ୍ଦ୍ରକାନ୍ତ ଦେଶପାଣ୍ଡେ ତଥା ରେଳ ବିଭାଗର ବିଭିନ୍ନ କର୍ମଚାରୀ ସମେତ ନର୍ସିଂ ଷ୍ଟାଫ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଲ ଶ୍ରୀ ରାଣା ଏହି କାର୍ୟ୍ୟକ୍ରମ ବଲାଙ୍ଗିର ଭଳି ପଛୁଆ ଅଂଚଳରେ ବିଭିନ୍ନ ନିବାରଣ ଯୋଗ୍ୟ ରୋଗର ବିନା ମୂଲ୍ୟରେ ନିରାକରଣ କରିବା ସହ ଅଂଚଳରେ ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ସୁଦୃଢ କରିବ ବୋଲି କହିଛ‌ନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ରୋଗୀମାନଙ୍କ ସୁବିଧା ପାଇଁ ସମସ୍ତ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଏପରିକି ଚିକିତ୍ସା ସମୟରେ ରୋଗୀଙ୍କ ରହିବା ପାଇଁ ସ୍ଥାନୀୟ କିସ ବିଦ୍ୟାଳୟ ସହିତ ଅନୁବନ୍ଧ ମଧ୍ୟ କରାଯାଇଛି ବୋଲି କହିବା ସହ ବଲାଙ୍ଗିର ସମେତ ପଡୋଶୀ ଜିଲ୍ଲାର ରୋଗୀମାନଙ୍କୁ ମଧ୍ୟ ସେ ଏହି କାର୍ୟ୍ୟକ୍ରମ ଦ୍ୱାରା ଉପକୃତ ହେବା ପାଇଁ ଆହ୍ୱାନ କରିଛନ୍ତି । ସେହିପରି ଇମ୍ପେକ୍ଟ ଇଣ୍ଡିଆର ଅଧିକାରୀ ଶ୍ରୀ ଦେଶପାଣ୍ଡେ ଅଂଚଳର ନିବାରଣ ଯୋଗ୍ୟ ରୋଗୀମାନଙ୍କୁ ବିନା ମୁଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ ବର୍ଗରେ ୧୮ ଜଣ କୁଶଳି ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.