ଗଞ୍ଜାମ ସହରରେ ବଚ୍‌ପନ୍ ପ୍ଲେ ସ୍କୁଲ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ନୂତନ ଭାବେ କୁନି କୁନି ପିଲାମାନଙ୍କ ପାଇଁ ବଚ୍‌ପନ୍ ପ୍ଲେ ସ୍କୁଲ୍ ଉଦ୍‌ଘାଟିତ ହୋଇଛି । ସ୍କୁଲ ପ୍ରତିଷ୍ଠାତା ଇଂ. ବିନୋଦ କୁମାର ପାଢ଼ୀ ଓ ପ୍ରମୋଦ କୁମାର ବ୍ରହ୍ମଙ୍କ ମିଳିତ ସହଯୋଗ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦା ପ୍ରସାଦ ଦାଶ ଓ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ ଯୋଗଦେଇ ଏହାର ଶୁଭ ଉଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଇଂରାଜୀ ସହିତ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବଚ୍‌ପନ୍‌ ପ୍ଲେ ସ୍କୁଲର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡି. ସି. ରାୟ ବିଦ୍ୟାଳୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀ, କାଉନ୍‌ସିଲର, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.