om academy

ମାର୍‌ଜିନାଲ୍‌ଇଜ୍‌ ଫୋକ ଥିଏଟର ମହୋତ୍ସବ ଉଦ୍‌ଘାଟିତ

jsm
  • ରମେଶ ଗୁର୍ଲ୍ଲାଙ୍କୁ ସଙ୍ଗୀତ ତପସ୍ୱୀ ଓ ମୀନକେତନ ସାହୁଙ୍କୁ ପରିବେଶ ବନ୍ଧୁ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ତରଫରୁ ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହାୟତାରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ମାର୍‌ଜିନାଲଇଜ ଫୋକ ଥିଏଟର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବରେ ଶିକ୍ଷାବିତ୍‌ ପ୍ରେମାନନ୍ଦ ବାରିକ, ଉପଦେଷ୍ଟା କେଶରଞ୍ଜନ ପଧାନ ଓ ଅଶୋକ ବହିଦାର, ମୀନକେତନ ସାହୁ, ରାଜକୁମାର ସାହୁ ମଂଚାସୀନ ଥିଲେ । ଲୋକନାଟ୍ୟକୁ ବଞ୍ଚାଇବାକୁ ପ୍ରୟାସ କରୁଥିବା ଅନୁଷ୍ଠାନର ଏହି ଅଭିନବ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ । ସଙ୍ଗୀତଜ୍ଞ ରମେଶ ଗୁର୍ଲ୍ଲାଙ୍କୁ ସଙ୍ଗୀତ ତପସ୍ୱୀ ଓ ପ୍ରକୃତି ବନ୍ଧୁ ମୀନକେତନ ସାହୁଙ୍କୁ ପରିବେଶ ବନ୍ଧୁ ସମ୍ମାନରେ ଭୂଷିତ କରାଯାଇଥିଲା । ଦ୍ଵିତୀୟ ସନ୍ଧ୍ୟାରେ ଗୁରୁ ଆନନ୍ଦ ବାଗଙ୍କ ଲଷ୍ମୀପୁରାଣ ଓ ବେଣୁଧର ବରିହାଙ୍କ ଗ୍ରୁପ ଦ୍ୱାରା ଡାଲଖାଇ ନୃତ୍ୟ ପରିବେଷଣ ହୋଇଥିବା ବେଳେ ତୃତୀୟ ଦିନରେ ମା’ ସପ୍ତଭଗିନୀ ଗ୍ରୁପ ଓ ଠାକୁର ସାହୁ ଦଳ ଦ୍ୱାରା କରମ୍‌ସାନି ନୃତ୍ୟ ପରିବେଷିତ ହୋଇ ମନ ମୋହିଥିଲା । ଉଦ୍‌ଯାପନୀ ଦିନରେ ସେମିନାର କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ବାରିକ ଓ ସଂଚାର ଶିଳ୍ପୀ ରସିକ ସାହୁ ଲୋକନାଟ୍ୟ ପରମ୍ପରା ଉପରେ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ପରେ ରସିକ ସାହୁ ଗ୍ରୁପ ଦ୍ୱାରା ସଂଚାର ଓ ଗୌନ୍ତିଆ ପାଲା ପାର୍ଟି ଜଡା ଗଞ୍ଜକ୍ଷର କଳାକାର ମାନେ ପଦ୍ମାବତୀ ବିବାହ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଘନଶ୍ୟାମ ସାହୁ ପରିଚାଳନା ବେଳେ ଘନଶ୍ୟାମ ଭୋଇ, ଜୟନ୍ତ ସାହୁ, ବସୁଦେବ ଭୋଇ, ଲାଲସାହବ ସାହୁ, ରସିକ ବରିହା, ପଲଟନ ମହାକୁଡ଼, ମହେନ୍ଦ୍ର ସାହୁ, ଜ୍ୟୋତି ସାହୁ, ଆରାଧ୍ୟ ସାହୁ, ସ୍ଵପ୍ନେଶ୍ଵରୀ ସାହୁ, ଚାନ୍ଦିନୀ ସାହୁ, ନନ୍ଦିନୀ ସାହୁ, ସଂଜୀବ ସାହୁ, ଆଦର୍ଶ ସାହୁ ପ୍ରମୁଖ ସହାୟତା କରିଥିଲେ । ଲୁଚିଯାଉଥିବା ଏହିପରି ଲୋକନାଟ୍ୟ ଦଳମାନଙ୍କୁ ଆହୁରି ଆଗକୁ ନେବା ପାଇଁ ଚେଷ୍ଟା କରାଯିବ ବୋଲି ଅନୁଷ୍ଠାନ ମୁଖ୍ୟ ରାଜକୁମାର ସାହୁ ପ୍ରକାଶ କରିବା ସହ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.