om academy

ପ୍ରଥମ ରଜରେ ରାମ ଦୋଳି ଓ ମୀନାବଜାର ଉଦ୍‌ଘାଟିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ଗଣ-ପର୍ବ ଠାକୁରାଣୀ ଯାତ୍ରା ଅବସରରେ ପ୍ରଥମ ରଜରେ ରାମଦୋଳି ଓ ମୀନାବଜାର ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ମିଳିତ ଭାବେ ଏହି ମୀନାବଜାର ଓ ରାମଦୋଳିର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି । ଯାତ୍ରା କମିଟି ମ୍ୟାନେଜର ସି.ଏଚ୍‌. ଦୟାନନ୍ଦ ରେଡ୍ଡୀ, ସହକାରୀ ମ୍ୟାନେଜର୍‌ ଏମ୍. ସମରେନ୍ଦ୍ର ସେନାପତି, କମିଟିର ପ୍ରତିଷ୍ଠା ସଦସ୍ୟ ସି. ଏଚ୍‌. ପୂର୍ଣ୍ଣ କୁମାର ରେଡ୍ଡୀ, କେ. ଚନ୍ଦ୍ର ଶେଖର ରେଡ୍ଡୀ ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହାକୁ ସଫଳ ରୂପାୟନ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ମାସ ବ୍ୟାପୀ ଚାଲିଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ହୋଇଉଠିଛି । ତା’ ସାଂଗକୁ ଏହି ରାମଦୋଳି ଓ ମୀନାବଜାରର ପସରା ମେଲିବା ଦ୍ଵାରା ଆଞ୍ଚଳିକ ବ୍ୟବସାୟୀମାନେ ଭଲ ଲାଭବାନ ହେବେ ଏବଂ ଏହା ସାଂଗକୁ ଯୁବପିଢି ତଥା ସମସ୍ତଙ୍କ ମନରେ ମନୋରଞ୍ଜନ ଓ ଉତ୍ସାହ ଭରି ଆଣିଦେବ । ଏହି ମେଳା ଖୋଲିବା ଦ୍ୱାରା ଏହି ଯାତ୍ରା ମହୋତ୍ସବରେ ସହରବାସୀଙ୍କ ମନରେ ଅଧିକା ଖୁସି ଓ ଉଲ୍ଲାସ ଆଣିଦେଇଛି । ମିନି ଷ୍ଟାଡିୟମ ଏବଂ ମୁଖ୍ୟ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଯାତ୍ରା ମେଲଣ ପଡିଆରେ ସରଗରମ ହେବା ସହ ରାମଦୋଳି ଓ ମୀନାବଜାର ଛତ୍ରପୁର ସହରକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରାଇ ଆଣିବାରେ ବିଶେଷ ସହାୟକ ହୋଇଛି ।

Leave A Reply

Your email address will not be published.