ଛତ୍ରପୁର ଆଇଟିଆଇ ପକ୍ଷରୁ ସୌର ଚାଳିତ ପନିପରିବା ଯାନ ଉଦ୍‌ଘାଟିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡି) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଗୋଟିଏ ପରେ ଗୋଟିଏ ଅଭିନବ ପ୍ରୟାସ ଜାରୀ ରଖି ଅଧ୍ୟୟନରତ ଯୁବଗୋଷ୍ଠୀଙ୍କୁ ନୂତନ ଉନ୍ମାଦନା ଆଣି ନୂଆଁ ଜୀବନକୁ ଆଲୋକିତ କରାଇ ଆସୁଛି । ଯାହାକି ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ନୂଆଁ ଯୋଜନା ଉପହାର ନେଇ ଉପସ୍ଥାପିତ ହୋଇଛି । ଆଇ. ଟି. ଆଇ. ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ପ୍ରିୟବ୍ରତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ବର୍ଜ୍ୟ-ବସ୍ତୁ ପ୍ଲାଷ୍ଟିକ ସଂଗ୍ରହ ଏବଂ ନିଷ୍କାସନ କରିବା ସହ ଲଗାଯାଇଥିବା ଗଛ ଗୁଡିକୁ ପାଣିଦେବା ତଥା କିଭଳି ଯତ୍ନ ନିଆଯିବ ଜଣେଇବା ସହ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଦରକାରୀ ସାମଗ୍ରୀରେ ତିଆରି କରିଥିବା ସୌର ଚାଳିତ ପନିପରିବା ଯାନ ଅନୁଷ୍ଠାନର ଟ୍ରେନିଂ ଅଫିସର ରାମକୃଷ୍ଣ ସାହୁ ଉଦ୍‌ଘାଟନ କରିଥିଲେ । ଯେଉଁଥିରେ, ୧୦୦ ୱାଟ ଶକ୍ତି କ୍ଷମତା ବିଶିଷ୍ଟ ତିନିଟି ସୋଲାର ପ୍ୟାନେଲ୍ ଖଞ୍ଜାଯାଇକି ଏଥିରୁ ୨୩୦ ଭୋଲ୍ଟ ବିଦ୍ୟୁତ ଉତ୍ପାଦନ କରାଯାଇଛି । ଏକ ପୁରୁଣା ରେଫ୍ରିଜେର୍‌ଟର୍‌ କ୍ୟାବିନେଟ ଏବଂ ଅପରିତ୍ୟକ୍ତ ଦୁଇ ଚକିଆ ଯାନକୁ ସୌର ଚାଳିତ କରାଯାଇଛି । ଯାହାକି ଏଥିରେ ପନିପରିବା ଯାନରେ ରୂପାନ୍ତର କରାଯାଇଛି । ଏହା ବ୍ୟତୀତ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠାନ ପରିସରରେ ୩୫୦୦ ବର୍ଗ ଫୁଟ ଜାଗା ପୁନରୁଦ୍ଧାର କରାଯାଇକି ମିୟାୱାକୀ ଅପ୍‌ରେସନ୍‌ ପାଇଁକି ପୂର୍ବ ପ୍ରସ୍ତୁତି କରାଯାଇଛି ଏବଂ ଏଠାରେ ପାଖାପାଖି ୪୫୦ ବୃକ୍ଷରୋପଣ କରାଯିବ ଆଗାମୀ ବର୍ଷା ଋତୁରେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.