ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା କ୍ରିକେଟ ଆସୋସିଏସନ୍‌ର ଭିଜନ ୨୦-୨୪ ଆନୁକୁଲ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ଆଜି ଜିଲ୍ଲା ଆନ୍ତଃ କ୍ଲବ୍ ଜୁନିୟର କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ୟ୍ୟକ୍ରମରେ ପୂର୍ବତନ ସଭାପତି ଅରୁଣ କୁମାର ମହାନ୍ତି ଓ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନୀ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରିକେଟ ଆସୋସିଏସନ୍ ସମ୍ପାଦକ ରବି ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ଚନ୍ଦ୍ର ଶେଖର ପ୍ରଧାନ, ଅମିୟ ଭୂଷଣ ସାହୁ, ସୋର୍ୟ୍ୟରଞ୍ଜନ ରାଏ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ବରଗଡ଼ କ୍ଲବ୍ ଓ କଟାପାଲି କ୍ରିକେଟ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବରଗଡ଼ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ଜଗଜିତ ଲୁହାଙ୍କ ୩୮ ରନ, ସୌରଭ କଲେତଙ୍କ ୨୨ରନ, ଶେଖ୍ ହେୟାତଙ୍କ ୩୦ ରନ, ସୁସୃତମ୍ ପଣ୍ଡାଙ୍କ ୧୨ ରନ ଫଳରେ ୨୭. ୩ ଓଭରରେ ୧୭୪ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ ।ପ୍ରତିପକ୍ଷ କଟାପାଲି ପକ୍ଷରୁ ହିମାଂଶୁ ସାହୁ ୪୬/୩, ଶୁଭମ୍ ସାମନ୍ତରାୟ ୩୨/୨, ପ୍ରୀତିଶ ଦାଶ ୫୦/୨, ସୋମେଶ ମହାନା ୨୫/୧ ୱିକେଟ୍ ନେଇଥିଲେ । ଜବାବରେ ବରଗଡ଼ ଦଳ ଜୋରଦାର ଆରମ୍ଭ କରି ପ୍ରୀତିଶ ଦାଶଙ୍କ ୭୮ ରନ, ସୁଜଲ ଭଗତ ୩୦, ଶୁଭମ୍ ସାମନ୍ତରାୟ ୨୮ ରନ କରିବାରୁ ଦଳ ୧୫.୫ ଓଭରରେ ୧୭୫ ରନ କରି ମ୍ୟାଚକୁ ୯ ୱିକେଟରେ ଜିତି ନେଇଥିଲେ । କଟାପାଲି ପକ୍ଷରୁ ଏକମାତ୍ର ୱିକେଟକୁ ସୁଶୃତମ୍ ପଣ୍ଡା ୨୫ ରନ ଦେଇ ନେଇଥିଲେ । ଆଜିର ମ୍ୟାଚ କୁ ୱିଲସନ ସିଂ ଓ ଭରତ ଚେତନ ପଣ୍ଡା ପରିଚାଳନା କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ ଓ ମନୋଜ ପାତ୍ର।ଆସନ୍ତା କାଲି ସୁପର ଜିମ୍ନାସୀୟମ ଓ ସୋହେଲା ଏଥେଲଟିକ ଏସୋସିଏସନ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.