oom

ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କେବଳ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଯୁକ୍ତଦୁଇ ପ୍ରଥମ ବର୍ଷର ବହୁ ସଂଖ୍ୟକ ଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବରେ ଟି. ସରସ୍ୱତୀ ଓ ସଙ୍ଗୀତା କୁମାରୀ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମରେ ସଂଯୋଜିକା ଡ. ଆରତୀ କୁମାରୀ ପଣ୍ଡା, ଡ. ଶାନ୍ତିଲତା ବେହେରା, ଡ. ମିଳିମିତା ପାଢ଼ୀ, ଶ୍ରୀମତୀ ଦୁର୍ଗାବାଳା ଟୁଡୁ, ଶ୍ରୀମତୀ ଆରତୀ ଦୀକ୍ଷିତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ପରିଚାଳନାରେ ସହଯୋଗ କରିବା ସହ ଆତ୍ମସୁରକ୍ଷା କୌଶଳ ତାଲିମର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ବର୍ତ୍ତମାନ ସମୟରେ ଏହାର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଅଧ୍ୟକ୍ଷ, ଅଧ୍ୟାପିକାଗଣ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.