jayashree

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ-ଓ’ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଓ ଜଗନ୍ନାଥ ସଂସ୍କୃତି ଉତ୍ସବ ଉଦ୍‌ଘାଟିତ

ଜରାସିଂହା, (କେପିଏନ୍‌ଏସ୍‌) : ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା ଓ ଜଗନ୍ନାଥ ପ୍ରଚାର ପ୍ରସାର ପାଇଁ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ କର କମଳରେ ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର୍‌ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସଂଗେ ସଂଗେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଇଂରାଜୀ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଓ ଓଡିଆ ଅଧ୍ୟାପିକା ଚିନ୍ମୟୀ ମିଶ୍ର ଓଡିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ସବୁସ୍ତରରୁ ପ୍ରୟାସ ଜାରି ରହିଲେ ଭାଷାର ତଥା ଓଡିଆ ଜାତିର ସ୍ୱାଭିମାନ ବଂଚି ରହିବ ବୋଲି ମତ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ବସନ୍ତ କୁମାର ମନହୀରା ନିଜ ବକ୍ତବ୍ୟରେ ଜଗନ୍ନାଥ ସଂସ୍କୃତି ମଣିଷ ଜୀବନ ଜିଇଁବାର ଶୈଳୀ ଓ ଏହା ଏକ ସୁସ୍ଥ ଓ ସୁନ୍ଦର ସଂସ୍କୃତିର ପରିଚାୟକ ଓ ଏହାର ମହାନତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଶୁଭଶ୍ରୀ ସାହୁ, ପିଇଟି ପ୍ରଶାନ୍ତ କୁମାର ଥନାପତି, ଡିଇଓ ବାଳଶଙ୍କର ମେହେର ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷା ଉପରେ ଆଧାରିତ ‘ଓଡିଆ ପ୍ରବନ୍ଧ ଲିଖନ ଓ ଓଡିଆ କୁଇଜ୍‌ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଶେଷରେ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ କାର୍ଯ୍ୟକ୍ରମ ଉପରେ ନିଜ ଅଭିବ୍ୟକ୍ତି ପ୍ରକାଶ କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.