ମୁକ୍ତା ଯୋଜନାରେ ମାଷ୍ଟର ଟ୍ରେନରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉ୍‌ଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ପକ୍ଷରୁ ଜିଲ୍ଲାର ସମସ୍ତ ୫ଗୋଟି ପୌରାଞ୍ଚଳର ୨୫ଜଣ ମାଷ୍ଟର ଟ୍ରେନରଙ୍କ ପାଇଁ ୨ ଦିନିଆ ମୁକ୍ତା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବୁଧବାର ତା.୧୦-୦୧-୨୦୨୪ରୁ ୧୧.୦୧.୨୦୨୪ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ବଲାଙ୍ଗିର ପୌରପରିଷଦ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୌରପରିଷଦର ଅଧ୍ୟକ୍ଷା ଲିକା ସାହୁ, ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁଜୁର, ରାଜ୍ୟ ମିଶନ ମ୍ୟାନେଜର ପ୍ରସନ୍ନ କୁମାର ମହାରଣା, ସହରାଞ୍ଚଳ ମୁକ୍ତା ପ୍ରଫେସ୍‌ନାଲ୍‌ ଏବଂ ସମସ୍ତ ମୁକ୍ତା ପ୍ରଫେସ୍‌ନାଲ୍‌ ଯୋଗ ଦେଇଥିଲେ । ଯୁଗ୍ମସଚିବ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସାରଦା ପ୍ରସାଦ ପଣ୍ଡା ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ମାଷ୍ଟର ଟ୍ରେନରମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ ।

Leave A Reply

Your email address will not be published.