ଓଡିଶା ମିଲେଟ ମିଶନ ମାଣ୍ଡିଆ ସଚେତନତା ରଥ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କୃଷି ଅଫିସଠାରେ ଓଡିଶା ମିଲେଟ ମିଶନ ମାଣ୍ଡିଆ ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା କୃଷି ଅଧିକାରୀ ସ୍ମାରକୀ ପ୍ରଧାନ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଓମ୍‌କାର ପଟେଲ, ମନୋରଞ୍ଜନ ବନଛୋର, ବଙ୍ଗୋମୁଣ୍ଡା କୃଷକ ଉତ୍ପାଦକ ଗୋଷ୍ଟୀର ସିଇଓ ସୁବାଷ ପୋଢ଼ ଏବଂ ସିଆର୍‌ପି ଯୁବରାଜ ପାଣିଗ୍ରାହୀ, ନରେନ୍ଦ୍ର ବଛା, ଗୋସିଙ୍ଗ ରଣାଙ୍କ ସହିତ ଗ୍ରାମ୍ୟ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ରଥ ଚାରିଦିନ ବଙ୍ଗୋମୁଣ୍ଡାର ସମସ୍ତ ଗାଁ ବୁଲିବ ବୋଲି ଜଣାପଡିଛି ।

Leave A Reply

Your email address will not be published.