ବଲାଙ୍ଗିର, (କେପିଏନ୍ଏସ୍) : ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭା ତରଫରୁ ବଲାଙ୍ଗିର ପାଟଣା ହୋଟେଲ ଛକ ନିକଟରେ ସର୍ବସାଧାରଣଙ୍କ ପାଇଁ ଏକ ଅମୃତଧାରା ପାନୀୟଜଳ ବ୍ୟବସ୍ଥା ଆଜି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ପାଖାପାଖି ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପାନୀୟଜଳ ପ୍ରକଳ୍ପଟି ସାଧାରଣ ଜନତାଙ୍କ ସେବା ପାଇଁ ବୋଲି ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭା ତରଫରୁ କୁହାଯାଇଛି । ଏହି ଉଦ୍ଘାଟନ ଅବସରରେ ସଭାପତି ଧୃବ କୁମାର ଜୈନ, ଉପସଭାପତି ସୁବାଷ ଜୈନ, ମନୋଜ ଜୈନ ଓ ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭାର ସଭ୍ୟ ସଭ୍ୟାଙ୍କ ସହିତ ବଲାଙ୍ଗିର କାଉନସିଲର ଉପସ୍ଥିତ ଥିଲେ ।