ରିଷିଡାରେ ରବି ଧାନ ମଣ୍ଡି ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡାଠାରେ ରବି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ତହସିଲଦାର ମିଲନ କୁମାର ଝାଙ୍କର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦ୍‌ଘାଟନ କରି ଠିକ୍ ଭାବରେ ଧାନ ଉଠିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରିଷିଡା ପେକ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋଲାପ ଚନ୍ଦ୍ର ରଣା, ପେକ୍ସର ନିର୍ଦ୍ଦେଶକ ଯୁଗଳ କିଶୋର ରଣା, ହନୁମାନ ଦାସ, ଆରଏମ୍‌ସିର ବନମାଳୀ ସୁନା ଉପସ୍ଥିତ ଥିଲେ । ଏଥର ରିଷିଡା ରବି ଧାନ ମଣ୍ଡିର ଧାନ ବିକ୍ରି କରିବା ପାଇଁ ପୌରକେଲା ଓ ତେରେସିଂହା ପଂଚାୟତର ୨୬୯ ଜଣ ଚାଷୀ ପଂଜିକରଣ କରିଛନ୍ତି । ସମଲେଶ୍ୱରୀ ଫୁଡ୍‌ ପ୍ରଡକ୍ଟ ଧଅଁରାଖମନକୁ ୬ ହଜାର କ୍ୱିଣ୍ଟାଲ, ବାଲାଜୀ ଏଗ୍ରୋ ଗଜବାହାଲକୁ ୪୬୦୦ କ୍ୱିଣ୍ଟାଲ ଓ ଜୟ ଜଗଦମ୍ବା ରାଇସ୍‌ ମିଲ ପରମାନନ୍ଦପୁରକୁ ୩୬୦୦ କ୍ୱିଣ୍ଟାଲ ଧାନ ଉଠାଇବାକୁ ଟାର୍ଗେଟ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଡିଇଓ ଶିଶୁପାଳ ରଣା, ଶୋଭାକର ରଣା, ସତ୍ୟବାନ ସୁନା, ବସୁଦେବ ରଣା ଉପସ୍ଥିତ ଥିଲେ ।

Leave A Reply

Your email address will not be published.