ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ୨୦୨୩ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଡ. ବାଞ୍ଛାନିଧି ପଣ୍ଡା (ପ୍ରାନ୍ତୀୟ ବିଦ୍ୱାତ୍ ପରିଷଦ ସଭାପତି)ଙ୍କ କରକମଳରେ ଉଦ୍ଘାଟିତ ହୋଇ ଜୀବନ ଶୈଳୀ ଓ ବୈଜ୍ଞାନିକ ବିଚାର ଧାରା ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଉକ୍ତ ଉଦଘାଟନୀ ଉତ୍ସବରେ ସଙ୍କୁଳ ସଂଯୋଜକ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଙ୍କୁଳ ପ୍ରମୁଖ ଦ୍ଵାଦଶ କୁମାର ପଧାନ ଜାତୀୟ ଶିକ୍ଷାନୀତି ୨୦୨୦ ବିଷୟରେ ଓ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଲୋକନାଥ ମିଶ୍ର ସଂଭାଗ ଶୈକ୍ଷିକ ସଂଯୋଜକ ଶିଶୁ ବାଟିକା ବିଭାଗ ଯୋଗ ଦେଇ କାର୍ଯ୍ୟଶାଳାର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଦ୍ଵୀପ ପ୍ରଜ୍ୱଳନ ସନ୍ଧ୍ୟା ବନ୍ଦନା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପୃଥୀରାଜ ସାହୁ ସଭାପତି ଧନ୍ୟବାଦ୍ ଅର୍ପଣ କରିଥିଲେ । ପଦ୍ମପୁର ସଙ୍କୁଳରୁ ୧୨୮ ଜଣ ଗୁରୁଜୀ, ଗୁରୁମା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସୂଚନା ଅନୁସାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ସମାପ୍ତ ହେବ ।