oom

କନ୍ଧମାଳ : ରାଜ୍ୟସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଉଦ୍‌ଘାଟିତ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପଡ଼ିଆ ଠାରେ ରାଜ୍ୟସ୍ତରୀୟ ଡଙ୍ଗର ମହୋତ୍ସବ-୨୦୨୩ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଆଶିଷ୍ ଈଶ୍ୱର ପାଟିଲ୍ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଂପାଦକ ପ୍ରବୋଧ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବ ଉପରେ ଆଲୋକପାତ କରିଥିଲେ । ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଦିବାସୀ ଲୋକ ନୃତ୍ୟ ଓ ସଙ୍ଗୀତ ଉପରେ ଆଧାରିତ ଏହି ମହୋତ୍ସବର ପ୍ରଥମ ଦିନରେ ବାଲିଗୁଡ଼ାର ଡ଼ାକୁଲ୍ ନୃତ୍ୟ, ମୟୂରଭଞ୍ଜର ସାନ୍ତାଳି ନୃତ୍ୟ, ଗଜପତି ଜିଲ୍ଲାର ଲାଞ୍ଜିଆ ସୌରାଜ ନୃତ୍ୟ, ବରଗଡ଼ର ଆଦି ଧୁନ୍, ସୁନ୍ଦରଗଡ଼ର କିଶାନ ନୃତ୍ୟ, କୋରାପୁଟ ଜିଲ୍ଲାର ପରଜା ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ଲୋକନୃତ୍ୟ ଓ ସଙ୍ଗୀତର କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସଙ୍ଗୀତ ନାଟକ ଏକାଡ଼େମୀର ସଂପାଦକ ଶ୍ରୀ ରଥ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଦେଖି ଦର୍ଶକମାନେ ବିଭୋର ହୋଇଥିଲେ ।

jittmm
Leave A Reply

Your email address will not be published.