ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଆଜି କଣ୍ଟାବାଞ୍ଜିଠାରେ ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ଏକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଏନ୍‌ଏସି କଣ୍ଟାବାଞ୍ଜି ବରିୟାମ ସିଂ ସାଲୁଜାଙ୍କ ସହ ଉପାଧ୍ୟକ୍ଷା ଶ୍ରୀମତୀ ମନୋରମା ରାଉତ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସିଡିଏମ୍‌ଓ ଅଫିସ ତରଫରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟ କିଶୋର ପତି ଓ ଏପିଏମ୍‌ ରାମାନୁଜ ପଣ୍ଡା, ରାଜେନ୍ଦ୍ର ଯୁବକ ସଂଘର ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀ ସମେତ ସମସ୍ତ ସ୍ଥାନୀୟ କାଉନସିଲର, ଆଶା କର୍ମୀ, ଏଏନ୍‌ଏମ୍‌ ପ୍ରମୁଖ ଉଦ୍‌ଘାଟନ ପର୍ବରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳତାର ସହ ନିର୍ବାହ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଗାମୀ ଦିନରେ କଣ୍ଟାବାଞ୍ଜି ଅଞ୍ଚଳର ଅଧିବାସୀମାନେ ମାଗଣା ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ, ମାଗଣା ରକ୍ତ ପରୀକ୍ଷା, ଯୋଗ ଶିକ୍ଷା, ଫିଜିଓ ଥେରାପି ଇତ୍ୟାଦି ପାଇପାରିବେ ।

Leave A Reply

Your email address will not be published.