ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ବ୍ରହ୍ମପୁର ଶାଖା ଆନୁକୂଲ୍ୟରେ ଛତ୍ରପୁର ଅନସ୍ଳୋ ପଡ଼ିଆ ତଥା ମିନି ଷ୍ଟାଡିୟମରେ ଠାରେ ଶନିବାର ସନ୍ଧ୍ୟାରେ ଆଜାଦି କା ଅମୃତ ମହୋତ୍ସବ, ମିଲଟ ମିଶନ ଜି-୨୦ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏଥିରେ ଇ-ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଆଲୋଚନାଚକ୍ର, ଫଟୋ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଦୁଇ ଦିନିଆ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି । ୧୯ ତାରିଖ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ ବୋଲି ଜଣାପଡିଛି । ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ପ୍ରଶାନ୍ତ ଶତପଥୀଙ୍କ ଭଳି ଅଳ୍ପ କିଛି ଜଣ ଲୋକ ଉପସ୍ଥିତ ଥିବା ଦେଖାଦେଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସମସ୍ତ ଶ୍ରେଣୀର ବ୍ୟକ୍ତି ବିଶେଷ୍ୟ, ସରକାରୀ ଓ ବେସରକାରୀ ସ୍ତରରେ ବୃଦ୍ଧିଜୀବୀ, ସମାଜସେବୀ, ଓକିଲ, ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ ହୋଇନଥିବା ଏକ ପରିତାପର ବିଷୟ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।