centurian jitm

ଡେଲାଙ୍ଗ ପ୍ରିମିଅର ଲିଗ୍‌ର ୪ର୍ଥ ସଂସ୍କରଣ ଉଦ୍‌ଘାଟିତ

nschool
  • ପ୍ରଥମ ମ୍ୟାଚ୍‌ରେ ଡେଲାଙ୍ଗ ଗ୍ରୀନ ବିଜୟୀ

ଡେଲାଙ୍ଗ, (ଦିଲ୍ଲିୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧିନ ୨୧ଟି ପଞ୍ଚାୟତର ବଛାବଛା କ୍ରକେଟ ଖେଳାଳିମାନଙ୍କୁ ନେଇ ଆୟୋଜିତ ହୋଇଆସୁଥିବା ଡେଲାଙ୍ଗ ପ୍ରିମିଅର ଲିଗ୍‌ ୨୦୨୩ ୪ର୍ଥ ସଂସ୍କରଣରେ ପହଞ୍ଚିଛି । ମୋଟ ୭ଟି ଦଳକୁ ନେଇ ଗଠିତ ଏହି ୪ର୍ଥ ସଂସ୍କରଣର ଖେଳାଳି ନିଲାମ ପ୍ରକ୍ରିୟା ଗତ ମାସ ୨୨ ତାରିଖରେ ଆୟୋଜିତ ହୋଇଥିଲା । ଦଳ ଗୁଡିକ ଯଥାକ୍ରମେ ଡେଲାଙ୍ଗ ଗ୍ରୀନ, ଡେଲାଙ୍ଗ ରେଡ, ଡେଲାଙ୍ଗ ସ୍କାଏ ବ୍ଲୁ, ଡେଲାଙ୍ଗ ବ୍ଲୁ , ଡେଲାଙ୍ଗ ପିଙ୍କ, ଡେଲାଙ୍ଗ ଅରେଞ୍ଜ, ଡେଲାଙ୍ଗ ୟେଲୋ । ପ୍ରତି ଦଳର ମାଲିକମାନଙ୍କ ସହ ଆଇକନ ଖେଳାଳିମାନେ ନିଜ ଦଳ ନିମନ୍ତେ ୧୫ଟି ଲେଖାଏଁ ବଛାବଛା ଖେଳାଳି ନିଲାମ ଦିନ କ୍ରୟ କରିଥିଲେ । ଏହି ଉଦ୍‌ଘାଟନୀ ମ୍ୟାଚ୍‌କୁ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମାହାରଥି ମୁଖ୍ୟ ଅତିଥି ରୂପେ ଯୋଗଦେଇ ନଡିଆ ବାଡେଇ ଶୁଭ ଉଦ୍‌ଘାଟନ କରିଥିଲେ । ତାଙ୍କ ସହ ପିପିଲି ବ୍ଲକ ୨୪ ନଂ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୁରୀ ନିମାପଡା ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ନାରାୟଣ ସ୍ୱାଇଁ, ପ୍ରଫୁଲ ସ୍ୱାଇଁ, ରେଞ୍ଚ ପଞ୍ଚାୟତ ସମିତି ସଭ୍ୟ ପ୍ରଭାତ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଡେଲାଙ୍ଗ ଗ୍ରୀନକୁ ଡେଲାଙ୍ଗ ରେଡ ସାମ୍ନା କରିଥିଲା । ପ୍ରଥମେ ବ୍ୟାଟିଂ କରି ମୋଟ ୧୨ ଓଭରରେ ୬ ୱିକେଟ ହରାଇ ଡେଲାଙ୍ଗ ଗ୍ରୀନ ୧୦୬ ରନ୍‌ ସଂଗ୍ରହ କରିଥିଲା । ୧୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଡେଲାଙ୍ଗ ରେଡ ଦଳ ସମୁଦାୟ ୧୨ ଓଭରରେ ୯ ୱିକେଟ ହରାଇ ୮୧ ରନ୍‌ କରିବାରେ ସମର୍ଥ ହୋଇଥିଲା । ଏହି ମ୍ୟାଚ୍‌ରେ ବାନାମ୍ବର ନାୟକ ୩୧ଟି ବଲ ଖେଳି ୫୦ ରନ୍‌ କରିଥିବାରୁ ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଡେଲାଙ୍ଗ ପ୍ରିମିଅର ଲିଗ୍‌ର ସଂଗଠକମାନଙ୍କ ମଧ୍ୟରେ ସୋମନାଥ ସାମନ୍ତରାୟ, ସୋମ୍ୟରଞ୍ଜନ ତାଡ, ବିଶ୍ୱରଞ୍ଜନ ତାଡ, ରାକେଶ କୁମାର ନାୟକ, ଦୀପକ ମଲ୍ଲିକ, ଗଣେଷ କୁମାର ସ୍ୱାଇଁ, ସୁଶାନ୍ତ ବେହେରା, ବିରେନ୍ଦ୍ର କୁଅଁର, ପ୍ରଶାନ୍ତ କୁମାର ଜେନା, ମନୋରଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା ପ୍ରମୁଖଙ୍କ ସହ ଅମ୍ପାୟାର କେଶବ ଚନ୍ଦ୍ର ଦାସ, ସଂଜୀତ କୁମାର ମ୍ୟାଚ୍‌ ପରିଚାଳନା କରିଥିଲେ ।

Leave A Reply

Your email address will not be published.