oom

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସ୍ଥିତ ଆମ୍ବାଗୁଡା ପଞ୍ଚାୟତର ଚାଷୀଙ୍କ ଜମିରେ ଜଳସେଚନର ସୁବିଧା ପାଇଁ ସାଂସଦଙ୍କ ଦ୍ଵାରା ଉଠାଜଳସେଚନ ପ୍ରକଳ୍ପ ଲୋକର୍ପିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଞ୍ଚାୟତ ସଦର ଗ୍ରାମରେ ରାଜ୍ୟ ସରକାରଙ୍କ ଉଠାଜଳସେଚନ ବିଭାଗ ତରଫରୁ ୧୪ ଲକ୍ଷ ଟଙ୍କା ବ୍ୟୟରେ ଏକ ଉଠାଜଳସେଚନ ପ୍ରକଳ୍ପକୁ ଶୁଭ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଉଠାଜଳସେଚନ ବିଭାଗର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, କୋରାପୁଟ ସମବାୟ ସମିତିର ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଆଡମା ରାବା ଓ ମାଥିଲି ପଂଚାୟତ ସମିତି ଅଧ୍ୟକ୍ଷ ମହେଶ କୁମାର ବାକା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.