ପଦ୍ମପୁର, (କେପିଏନ୍ଏସ୍) : ପାଇକମାଲ ବ୍ଲକ ଅନ୍ତର୍ଗତ ଗୋଇବାହାଲିଠାରେ ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ପଲସଦା, କେର୍ମେଲାବାହାଲ, ଭେଙ୍ଗରାଜପୁର ତଥା ପଡୋଶୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରା ଡୁଙ୍ଗୁରିପାଲି ଗାଁରୁ ବାହାରି ଗୋପପୁର କେର୍ମେଲାବାହାଲରେ ପହଞ୍ଚିଥିବା ବେଳେ ମଥୁରାନଗରୀରେ ମହାରାଜ ଉଗ୍ରସେନଙ୍କ ଦିଗବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ଅନୁଷ୍ଠିତ ଦରବାରରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉକ୍ତ ସଭାରେ ଏନ୍ଏସି ଚେୟାରମ୍ୟନେ୍ ଶ୍ରୀମତୀ ସାବିତ୍ରୀ ବାଗ, ପଲସଦା ସରପଞ୍ଚ ଶ୍ରୀମତୀ ମମତା ସାହୁ ଏବଂ ସରୋଜିନୀ ମର୍ହି, ମହେନ୍ଦ୍ର ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦରବାରରେ ଭୁତିବାହାଲର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦୁଷ୍ମନ୍ତ କୁମାର କାଲୁ, ସୂରଜ ସାହୁ, ବିଜୁ ବିଶି, ରାଜିନ ସାହୁ, ହରିଚରଣ ସାହୁ ପ୍ରମୁଖ ସଭା ପରିଚାଳନା କରିଥିଲେ ।