
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ସ୍କୁଲ ଖେଳ ପଡ଼ିଆ ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ଉଦ୍ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ପଦ୍ମପୁର ଫରେଷ୍ଟ ଗାର୍ଡ ତରଣୀସେନ ବରିହା ଓ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସାହୁ ଫିତା କାଟି ଖେଳ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଛଅ ଦିନ ଧରି ଚାଲିବ। ଆଜି ପ୍ରଥମ ମେଚ୍ରେ ଝାଙ୍କରପାଲି ଓ ସାହାଜପାଣି ମଧ୍ୟରେ ଖେଳ ଦେଖିବାକୁ ମିଳିବ ।