om academy

ବ୍ରହ୍ମପୁର ଆଇଟିଆଇରେ ସ୍କ୍ରାପ୍‌ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ଆଇଟିଆଇ ଠାରେ ସୋମବାର ସ୍କ୍ରାପ୍ ଲୁହାରେ ନିର୍ମିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟିତ ହୋଇଯାଇଛି । ୨୦ ଦିନ ମଧ୍ୟରେ ଆଇଟିଆଇ ଫିଟର୍, ଓ୍ବେଲଡର୍, ପେଣ୍ଟର୍ ବିଭାଗର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ବାଇକ୍ ଚେନ୍, ସ୍ପକେଟ୍, ନଟ୍ ବୋଲ୍ଟ, ଜିଆଇ ସିଟ୍ ବ୍ୟବହାର କରି ଏହାର ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ସାଢ଼େ ୫ ମିଟର, ଓଜନ ୧୫୦ କିଲୋଗ୍ରାମ ରହିଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ଜୟନ୍ତ ମହାପାତ୍ର ଓ ଖଲ୍ଲିକୋଟ କଲେଜର ପୂର୍ବତନ ପ୍ରଫେସର୍ ବିପିନ ପଟ୍ଟନାୟକ ଓ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ଏହାକୁ ନେତାଜୀଙ୍କ ଜୟନ୍ତୀ ଅବସରରେ ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.