ଗାନ୍ଧୀ ସ୍କୁଲ ଅଫ୍‌ ଇଞ୍ଜିନିୟରିଙ୍ଗ ଶିକ୍ଷାନୁଷ୍ଠାନ ପକ୍ଷରୁ ବାର୍ଷିକ କ୍ରୀଡା ସପ୍ତାହ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଭାବନ୍ଧ ସ୍ଥିତ ଗାନ୍ଧୀ ସ୍କୁଲ ଅଫ୍‌ ଇଞ୍ଜିନିୟରିଙ୍ଗ ଶିକ୍ଷାନୁଷ୍ଠାନର ଏକାଦଶ ବାର୍ଷିକ କ୍ରୀଡା ସାମାରୋହ ଉଦ୍‌ଘାଟିତ ହୋଇଯାଇଛି । ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କ୍ରୀଡ଼ା ସାମାରୋହରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସ୍କାଉଟ ଓ ଗ୍ରୋଭରର କମିଶନର ମହାଦେବ ରଥଙ୍କ ଦ୍ୱାରା ଏହା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନର ଚେୟାରମ୍ୟାନ ସମ୍ଭିବ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାୟାମ ଓ ଶୃଙ୍ଖଳା ଉପରେ ପର୍ଯ୍ୟବେସିତ ବୋଲି ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ରଥ କ୍ରୀଡା ସଂଶ୍ଲିଷ୍ଟ ଛାତ୍ରଛାତ୍ରୀ, ଅଧାପକ ଓ ଅଧ୍ୟାପିକାମାନଙ୍କୁ ସେବା ମନୋଭାବ ରଖି ସମାଜ, ରାଜ୍ୟ, ଜିଲ୍ଲା ଓ ଦେଶର ନାଗରିକଙ୍କୁ ସହଯୋଗ ପୂର୍ବକ ଆନ୍ତର୍ଜାତୀୟ ସଂଗଠନ ସ୍କାଉଟ ଓ ଗ୍ରୋଭର ୟୁନିଟ ପ୍ରତିଷ୍ଠା କରି ଅନୁଷ୍ଠାନରେ ଶିକ୍ଷା ବାତାବରଣ ଓ ନିଯୁକ୍ତି ସୁଯୋଗକୁ ମଜବୁତ କରିବା ପାଇଁ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଗତିକୃଷ୍ଣ ଦାସ ଓ ଅନ୍ୟ ଅଧ୍ୟାପକଙ୍କ ନେତୃତ୍ୱରେ ଛାତଛାତ୍ରୀଙ୍କ ଏକ ମାରାଥନ ଦୌଡ଼ରେ ମଶାଲ ଶୋଭାଯାତ୍ରା ଭାଟକୁମରଡ଼ା ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ବାହାରି କଲେଜ କ୍ରୀଡା ସ୍ଥଳରେ ପହଞ୍ଚିଥିଲା । ଅନୁଷ୍ଠାନର କ୍ରୀଡା ପତାକା ଉତ୍ତୋଳନ କରିବା ପରେ ସପ୍ତାହ ବ୍ୟାପି କ୍ରୀଡା କାର୍ଯ୍ୟକ୍ରମ ସମ୍ପର୍କରେ ଭାରପ୍ରାପ୍ତ ଅଧ୍ୟକ୍ଷ ଇଂ.ବିଷ୍ଣୁ ପ୍ରସାଦ ପଣ୍ଡା, କ୍ରୀଡା କମିଟି ଅଧ୍ୟାପକ ଶୁଭେନ୍ଦୁ କୁମାର ସାହୁ ଏବଂ ଜି.ଏ.ଡ଼ି. ଡିଫେନ୍ସ କେପଟେନ ପିତାମ୍ବର ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ପରିଚାଳନାର ସୂଚନା ପ୍ରଦାନ କରିଥିଲେ । ନିର୍ଦ୍ଦେଶକ ପ୍ରଫେସର ଡ଼. ତାରିଣୀ ଚରଣ ତ୍ରିପାଠୀ ନିଜ ଅଭିଭାଷଣରେ ବୈଷୟିକ ଶିକ୍ଷା ପ୍ରଦାନ ସହିତ ପ୍ରଯୁକ୍ତି ବିଦ୍ୟା ତାଲିମ ଓ କ୍ରୀଡା ଦ୍ୱାରା ଶାରୀରିକ କ୍ଷମତା ବିକାଶ ଓ ସ୍ୱାସ୍ଥ୍ୟ ସୁରକ୍ଷା ଛାତ୍ରଛାତ୍ରୀଙ୍କର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସପ୍ତାହବ୍ୟାପୀ ଏହି କ୍ରୀଡା ସମାରୋହରେ ସମସ୍ତ କର୍ମଚାରୀ କେମ୍ପସ ଅଧିକାରୀ ହିମାଞ୍ଚଳ ମହାରଣା ପ୍ରସ୍ତୁତି ଓ ସାଜସଜାର ରୂପରେଖ କରିଥିଲେ । ଅଧ୍ୟପିକା ଇଂ.ପ୍ରଭାମୟୀ ଆଚାର୍ଯ୍ୟ ଓ ଅଧ୍ୟାପକ ଇଂ. ଯଜ୍ଞପ୍ରସାଦ ବେହେରା ମଞ୍ଚ ପରିଚାଳନା କରିବା ସାଂଗକୁ ଶେଷରେ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.