oum

୨୧ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ

jsm

ଝାରସୁଗୁଡ଼ା : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ୨୧ତମ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସ୍କୃତି ଓ ଲୋକ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ୨୧ବର୍ଷ ଧରି ଅନୁଷ୍ଠିତ ହୋଇ ଆସିଛି ଏହି ମହୋତ୍ସବ । ଓଡିଶୀ, ସମ୍ବଲପୁରୀ ନୃତ୍ୟ ସହିତ ବିଭିନ୍ନ ଲୋକ ନୃତ୍ୟକୁ ନେଇ ବା ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିଲା ଦୁଲଦୁଲି । ଝାରସୁଗୁଡ଼ାର ଆରାଧ୍ୟ ଦେବତା ଝାଡ଼େଶ୍ୱରଙ୍କର ପୀଠରୁ ବିଧିଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ଏଥିରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟୟଙ୍କ ସମେତ ଉପଜିଲ୍ଲାପାଳ ଓ ଦୁଲଦୁଲିର ସଂଯୋଜକଙ୍କ ସହ ଜିଲ୍ଲାର ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶୋଭାଯାତ୍ରାଟି ବାହାରି ନବ ଦୁର୍ଗା ମନ୍ଦିର ପାଖରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଅନେକ ଲୋକ ଓ ସାଂସ୍କୃତିକ ଦଳ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବାରେ ବରଗଡ଼ ସାଂସଦ, ଝାରସୁଗୁଡ଼ା ଜିଲ୍ଲାପାଳ ଆାଦି ଉପସ୍ଥିତ ରହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଝାରସୁଗୁଡ଼ା ସୃଜନୀ ପରିବାର ପକ୍ଷରୁ ଅବହ ଆଳତୀ ଭରନି ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଭୁବନେଶ୍ୱରର ନୃତ୍ୟ ଧାମର କଳାକାରମାନେ ପରିବେଷଣ କରିଥିଲେ ଦଶ ମହାଧାମ । ଏହାଛଡା ବରଗଡ଼ ଗାଇସିଲେଟର କଳାକାରମାନେ ବଜନିଆଁ ଭାବେ ରସରକେଲି, ରାଜସ୍ଥାନ ବାରମେରର କଳାକାରମାନେ ଲୋକ ନୃତ୍ୟ, ବଲାଙ୍ଗିରର ଘୁଡ଼୍‌କା ନାଚ, ପଞ୍ଜାବୀ ରୟଲ ଏକାଡେମୀର ଭାଙ୍ଗଡ଼ା ନୃତ୍ୟ, ଗଂଜାମର ଯୋଡ଼ି ଶଂଖ ଓ ଖୋର୍ଦ୍ଧାର ଗୋଟି ପୁଅ ନୃତ୍ୟ ପରିବେଷଣ କରିଥିଲେ । ଏହି ମହୋତ୍ସବ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Leave A Reply

Your email address will not be published.