ls

୨୯ତମ ସୁବର୍ଣ୍ଣ ଲୋକ ମହୋତ୍ସବ ଉଦ୍‌ଘାଟିତ

sb

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି ସୁବର୍ଣ୍ଣ ଲୋକ ମହୋତ୍ସବ । ନାଚ ଗୀତରେ ପୂରି ଉଠୁଛି ସୁବର୍ଣ୍ଣପୁର । ଏହି ମହୋତ୍ସବକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଶୁଭ ଉଦ୍‌ଘାଟନ କରିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ତିନି ବର୍ଷ ହେଲା ଲୋକ ମହୋତ୍ସବ ହୋଇ ନ ଥିବା ବେଳେ ଚଳିତ ବର୍ଷ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଛି ସୁବର୍ଣ୍ଣ ଲୋକ ମହୋତ୍ସବ । ପ୍ରଥମ ଦିନ ସନ୍ଧ୍ୟାରେ ଓଲିଉଡର କଳାକାରମାନଙ୍କ ନୃତ୍ୟ ଗୀତରେ ଦୁଲୁକିଥିଲା ମଞ୍ଚ । ନାମିଦାମୀ କଳାକାରମାନେ ବିଭିନ୍ନ ପ୍ରକାରର ନୃତ୍ୟଗୀତ ପରିବେଷଣ କରିଥିଲେ । ନୃତ୍ୟାଙ୍ଗନା ଓଡିଶୀ ନୃତ୍ୟ ଶୈଳୀରେ ଜଗନ୍ନାଥଙ୍କ ବନ୍ଦନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପରେ ଓଲିଉଡ କଳାକାର ଅଭିଜିତ ମଜୁମଦାର, ଅର୍ପିତା ଚୌଧୁରୀ ଓ ସଂଜୁ ମହାନ୍ତିଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ୨୯ତମ ସୁବର୍ଣ୍ଣ ଲୋକ ମହୋତ୍ସବ ସହିତ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଥିବା ବେଳେ ଏହା ପାଞ୍ଚ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଉତ୍ସବରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ମୁଖ୍ୟ ଅତିଥି ଭାବରେ ସାମିଲ ହୋଇ ଜିଲ୍ଲାର କଳା ସଂସ୍କୃତି ଓ କଳାକାରମାନଙ୍କ ଉନ୍ନତି କାମନା କରିଥିଲେ । ସେହିପରି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାକୁ ଆହୁରି ଉନ୍ନତିପଥରେ ଆଗେଇ ନେବା ପାଇଁ କହିଥିଲେ ।

pc pk
Leave A Reply

Your email address will not be published.