om academy

ଜିଲ୍ଲାସ୍ତରୀୟ ସ୍ୱାବଲମ୍ବନ ସଖୀ କାର୍ଯ୍ୟକ୍ରମ ଉଦ୍‌ଘାଟିତ

jsm

ମାଲକାନଗିରି : ମାଲକାନଗିରି ବ୍ଲକର ତଣ୍ଡାପାଲି ଗ୍ରାମ ପଞ୍ଚାୟତ ସଭାଗୃହରେ ଆଜି ଜିଲ୍ଲାସ୍ତରୀୟ ସ୍ୱାବଲମ୍ବନ ସାଥୀ କାର୍ୟ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ହାରମୋନି ସଂସ୍ଥାର ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ଜୀବିକା ମିଶନର ଜିଲ୍ଲା ନିର୍ବାହୀ ଅଧିକାରୀ ପବିତ୍ର ମୋହନ ବାରା ଯୋଗ ଦେଇଥିଲେ ।

ଆଗାମୀ ୩ ମାସ ମଧ୍ୟରେ ୧୦୦୦ ମହିଳାଙ୍କୁ ଡିଜିଟାଲ ଏବଂ ଆର୍ଥିକ କ୍ଷେତ୍ରରେ ସାକ୍ଷର କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଗୋରାଖୁଣ୍ଟା ଏବଂ ତଣ୍ଡପାଲି ଗ୍ରାମ ପଂଚାୟତର ମୋଟ ୧୦୦୦ ମହିଳାଙ୍କୁ ସାକ୍ଷର କରିବାକୁ ଥିବାବେଳେ ୧୦ ଜଣ ସାଥୀ ଏଥିରେ ନିୟୋଜିତ ହେବେ ଏବଂ ପ୍ରତ୍ୟେକ ସାଥି ୧୦୦ ଜଣଙ୍କର ଦାୟିତ୍ୱ ନେବେ ବୋଲି ଜଣାପଡିଛି । ଏସ୍‌ଆଇଡିବିଆଇ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତିର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Leave A Reply

Your email address will not be published.