ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦଘାଟିତ, ସେମିଫାଇନାଲରେ ସମ୍ବଲପୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟନ କରିଥିବା ବେଳେ ପ୍ରଥମ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ଉଦ୍‌ଘାଟନୀ ମ୍ୟାଚରେ ସମ୍ବଲପୁର ଦଳ ବଲାଙ୍ଗିର ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ମହସମୁନ୍ଦ ଦଳ ନୂଆପଡ଼ା ଦଳକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଲର ମ୍ୟାଚ୍‌ରେ ସମ୍ବଲପୁର ଦଳ ମହସମୁନ୍ଦ ଦଳକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ମ୍ୟାଚ୍‌ ଶେଷରେ ଯୁବ ସାମ୍ବାଦିକ ନିଳକଣ୍ଠ ଦୀପ ଯୋଗଦେଇ ସମ୍ବଲପୁର ଦଳର ଜଗାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ ମିଟୁ, ସୁନୀଲ, ଆନନ୍ଦ ବୁଦ୍ଧଦେବ ପ୍ରମୁଖ ଧାରା ବିବରଣୀ ଦେଇଥିବା ବେଳେ ରାଜୀବ, ସନମ, ଦିଲ୍ଲିପ, ଉମେଶ ମ୍ୟାଚ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଝସ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ବିକାଶ, ସୁଜିତ୍, ଜଗନ୍ନାଥ ଦେବା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!