ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୨ ଉଦ୍‌ଘାଟିତ

କେସିଙ୍ଗା : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ‘ଦେଶଜ’ ଲୋକ ସଙ୍ଗୀତ ଓ ଲୋକନୃତ୍ୟ ଉତ୍ସବ ଏବଂ ୨୭ତମ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୨ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟନ ହୋଇଯାଇଛି । କେସିଙ୍ଗା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପଡ଼ିଆରେ ଶନିବାର ଓ ରବିବାର ଦୁଇ ଧରି ହେବାକୁ ଥିବା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ-୨୦୨୨ର ସାଂସ୍କୃତିକ ସନ୍ଧ୍ୟାରେ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ମାଝୀ ଉଦ୍‌ଘାଟକ ଭାବେ ଯୋଗଦାନ କରି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ରାଜ୍ୟ ତଥା ରାଜ୍ୟ ବାହାରେ କଳା, ସଂସ୍କୃତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ରହିଛି ବୋଲି ମତପୋଷଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ସଞ୍ଜୟ କୁମାର ଶତପଥି ମଞ୍ଚାସୀନ ହୋଇ ସଂସ୍କୃତିର ଋଣ ସୁଝିବାକୁ ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପଡିବ ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ କେସିଙ୍ଗା ନଗରପାଳ ନୃପରାଜ ଯାଦବ ଓ କେସିଙ୍ଗା ମହାବିଦ୍ୟାଳୟରର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ମଞ୍ଚାସୀନ ରହିଥିଲେ । ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ଅକ୍ଷୟ ଦାସ । କେସିଙ୍ଗା ମଶାଣିମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ବିରଞ୍ଚି ନାରାୟଣ ବାହିନୀପତିଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ଉଦ୍‌ଘାଟନ ମଞ୍ଚର ସଭାକୁ ସଂଚାଳନ କରିଥିଲେ ଜ୍ଞାନେନ୍ଦ୍ର ଭୋଇ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ୟ୍ୟକ୍ରମରେ ଓଡ଼ିଶା ସଂସ୍କୃତି ବିଭାଗରୁ ଯୋଗ ଦେଇଥିବା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ବଜାସାଲ, ଆସାମର ବିହୁ ଓ ଝୁମେର୍, ଗଞ୍ଜାମର ଯୋଡ଼ି ଶଙ୍ଖ, ଢ଼ାପ୍, ଘୁମରା ଓ ସମ୍ବଲପୁରୀ ଅର୍କେଷ୍ଟାରେ ମଞ୍ଚ ଦୁଲୁକିଥିଲା ।

Leave A Reply

Your email address will not be published.