om academy

ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ

jsm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତର୍ନିବେଶୀ ଶିକ୍ଷାସାଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବିଡିଓ ସୁଚରିତା ମୁଗ୍ରୀ, ବିଇଓ ତପିମଣି ଜାନୀ, ଏବିଇଓ ସହଦେ ସୁନା ପ୍ରମୁଖ ଯୋଗଦେଇ କେନ୍ଦ୍ରର ଶୁଭାରମ୍ଭ କରିଥିଲେ । ଏହି ସାଧନ କେନ୍ଦ୍ର ସହାୟତାରେ ଚାଲିବ। ଏଥିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ଭୌତିକ ଚିକିତ୍ସା ସୁବିଧା, ଶୁଣିବା ଓ କଥା କହିବାକୁ ବାକ୍‌ ତାଲିମ ବ୍ୟବସ୍ଥା ଏବଂ ମାନସିକ ଦୁର୍ବଳ ଜନିତ ଛାତ୍ରୀଛାତ୍ରଙ୍କ ଶିକ୍ଷଣ ପାଇଁ ତାଲିମର ସେବା ଉପଲବ୍ଧ ହେବ ବୋଲି ବିଆର୍‌ଟି ପ୍ରଦୀପ କୁମାର ବେହେରା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ବିଭାଗର କିରାଣି ମକରଧ୍ୱଜ ବାଗ, ମନୋଜ ସାହୁ, କ୍ଷୀରୋଦ ବଡ଼ମାଲି, ପ୍ରଫୁଲ୍ଲ କୁମାର ପାଠୀ, ହେଡକ୍ଲର୍କ ଶିଶିର କୁମାର ଦାସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.