
ରାଜନଗର : ଉଦ୍ଘାଟିତ ହୋଇଯାଇଛି ଭିତରକନିକା ଇକୋ ରିଟ୍ରିଟ । ଭିତରକନିକାର ପେଣ୍ଠ ଠାରେ ଚଳିତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଭିତରକନିକା ଇକୋ ରିଟ୍ରିଟକୁ ଉଦ୍ଘାଟନ କରିଥିଲେ । ପେଣ୍ଠ ଇକୋ ରିଟ୍ରିଟ ସ୍ଥଳରେ ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପୌରାହିତ୍ୟ କରିଥିଲେ । ଏହି ଉତ୍ସବରେ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ, ଏଡିଏମ ପିତାମ୍ବର ସାମଲ, କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲଟି ଚେୟାରମ୍ୟାନ ହେମନ୍ତ କୁମାର ସାହୁ, ରାଜନଗର ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ, ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ବରିଷ୍ଠ ପତ୍ରକାର ଭାସ୍କର ରାଉତରାୟ, ହାତିନା ପଂଚାୟତ ସମିତିସଭ୍ୟା ଉତମା ସେଠୀ, ପର୍ଯ୍ୟଟନ ବିଭାଗର ଆସିଷ୍ଟାଂଟ ଡାଇରେକ୍ଟର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଇକୋ ରିଟ୍ରିଟ ଯେପରି ସଫଳ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।