୪ର୍ଥ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ବଜରଙ୍ଗ ବଲି ଏସୋସିଏସନ କୁଦେଇପାଲି ତରଫରୁ ଚତୁର୍ଥ ବର୍ଷ ବୀର ବଜରଙ୍ଗବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ପ୍ରଥମ ଦିନର ଖେଳରେ ଖୁଜେନପାଲିକୁ ହରାଇ ଅର୍ଜୁନପୁର ୨-୦ ଗୋଲରେ ବିଜୟୀ ହୋଇଛି । ଦ୍ୱିତୀୟ ମ୍ୟାଚ୍‌ ହାତୀସରାକୁ ପରାସ୍ତ କରି କର୍ଲାମୁଣ୍ଡା ବିଜୟୀ ହୋଇଛି । କ୍ୱାଟର ଫାଇନାଲରେ ଅର୍ଜୁନପୁରକୁ ହରାଇ କର୍ଲାମୁଣ୍ଡା ଟ୍ରାଇବ୍ରେକରରେ ବିଜୟୀ ହୋଇଛି । ପୂର୍ବତନ ସରପଂଚ ସତ୍ୟବାନ ସାହୁ, ଯୁବ ସମାଜସେବୀ ବିନୋଦ କାଲସାଏ, ଖେଳ ସଂଗଠକ ଭୁପେନ୍ଦ୍ର ସିଂ ଓ ନିରଞ୍ଜନ ସାହୁ ଅତିଥି ଭାବରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

ସଞ୍ଜୀବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତୀ, ସଜନ କୁଦେଇ, ଶ୍ରବନ ବାଗ ରେଫରି ଭାବରେ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ । ଗଙ୍ଗାଜଳ କୁଦେଇ, ଭାଗିରଥି କୁଦେଇ, ଦୈଲତ କୁଦେଇ, ନିଲୁ କୁଦେଇ, ନାରାୟଣ କୁଦେଇଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.