ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଦ୍ୱିତୀୟ ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ ଓ ସେମଫୋର୍ଡ ଇଣ୍ଟରନେସନାଲ ସ୍କୁଲ ଦ୍ୱାରା ପ୍ରଯୋଜିତ ଏହି ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଡ. ପୁଷ୍ପାଞ୍ଜଳି ପଣ୍ଡା, ଓଏଏସ୍‌, ତହସିଲଦାର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଶିଷ ରଥ, ଡିସିଏବିର ସଭାପତି ଶୁକଦେବ ଗୁରୁ, ଡିସିଏବି ସଂପାଦକ ପ୍ରିୟବ୍ରତ ପଣ୍ଡା ମଂଚାସୀନ ଥିଲେ । କ୍ଷୀରୋଦ କୁମାର ଦଲାଇ ସଭା ସଂଯୋଜନା କରିଥିଲେ । ଉପସଭାପତି ବିଶ୍ୱ ରଂଜନ ଡାକୁଆ, ରାକେଶ ରଂଜନ ପାଣିଗ୍ରାହୀ, ଶେଷଦେବ ନାଏକ, ସରୋଜକାନ୍ତ ବେହେରା, ପ୍ରଶାନ୍ତ ମହାକୁର, ଶୈଳେଶ ବାବୁ, ଶରତ ସ୍ୱାଇଁ, ବିଘ୍ନେଶ୍ୱର ଯୋଷୀ, ଦେବେନ୍ଦ୍ର ଯୋଷୀ, ଶୁଶୀଳ ତ୍ରିପାଠୀ, କରୁଣାକର ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ୧୨ ଜଣ ରେଟେଡ୍‌ ଖେଳାଳିଙ୍କ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସଂଜୟ ମହାପାତ୍ର ଓ ସରୋଜକାନ୍ତ ବେହେରା ଆର୍ବିଟର କାର୍ଯ୍ୟ ତୁଳାଉଛନ୍ତି ।

Leave A Reply

Your email address will not be published.