ଝଲପ ପଲ୍ଲୀ ପ୍ରଗତି ପାଠାଗାରର ୩୨ତମ ପ୍ରତିଷ୍ଠା ଦିବସ ସମାରୋହ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ପଲ୍ଲୀ ପ୍ରଗତି ପାଠାଗାରର ୩୨ତମ ପ୍ରତିଷ୍ଠା ଦିବସ ସମାରୋହ ୨୦୨୨ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡାକଋଷି ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ବକ୍ତା ଭାବେ ଖଡ଼ିଆଳ ସହକାରୀ ତେଜରି ଅଫିସର ଲେଖାରାମ ଭୋଇ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଝଲପ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ, ଝଲପ ପଞ୍ଚାୟତ ସମିତି ସଭ୍ୟ ସୁଦାମ ଚରଣ ଭୋଇ, ପାଠାଗାରର ପ୍ରତିଷ୍ଠାତା ସୁଧୀର କୁମାର ସାହୁ, ଭୁସଲାଡ଼ ସରପଞ୍ଚ ଦୀପକ ଛୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦେଶ ଗଠନ କରିବାରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ପାର୍ଥବ ଭୋଇ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ନାଏବ ସରପଞ୍ଚ ଝସକେତନ ବାରିକ ସଭା ସଂଯୋଜନା କରିଥିଲେ । ଆୟୋଜକ କମିଟିର ଉପସଭାପତି ଶରତ କୁମାର ସାହୁ, ସମ୍ପାଦକ ପାର୍ଥବ ଭୋଇ, ସହ ସମ୍ପାଦକ ପ୍ରଫୁଲ ଚନ୍ଦ୍ର ବାରିକ, କୋଷାଧ୍ୟକ୍ଷ ହିମାଂଶୁ ବେହେରା, ଗ୍ରନ୍ଥାଗାରିକ ଜୟଚନ୍ଦ୍ର ସାହୁ, କ୍ରୀଡା ସମ୍ପାଦକ ସତ୍ୟ ସାହୁ, ସାଂସ୍କୃତିକ ସମ୍ପାଦକ ପୁରୁଷୋତ୍ତମ ଭୋଇ, ପୂଜା ସମ୍ପାଦକ ମହେନ୍ଦ୍ର ସାହୁ, ସଦସ୍ୟ ଦେବେନ୍ଦ୍ର ସାହୁ, ମଲୟ ବାରିକ, ହୃଷିକେଶ ପୁଟେଲ, ଜୟକୃଷ୍ଣ ସାହୁ, ଯୋଗେଶ ସାହୁ, ଝସକେତନ ବାରିକ, ସତ୍ୟବାନ ସାହୁ ପ୍ରମୁଖଙ୍କ ସହ ପାଠାଗାରର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

Leave A Reply

Your email address will not be published.