୧୬ତମ ମାଁ ଦୁର୍ଗା କ୍ରିକେଟ କ୍ଲବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ବୈଦିପାଲି ଠାରେ ୧୬ତମ ମାଁ ଦୁର୍ଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ରାଜେଶ ପାଣିଗ୍ରାହୀ, ସମାଜସେବୀ ଆକୁଳ ବେହେରା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚ୍‌ରେ ୧୬ଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଆଜିର ଉଦ୍‌ଘାଟନୀ ମ୍ୟାଚ୍‌ରେ ଲାଲଟିକ୍ରା ଓ ବରପାଲିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳକୁ ବହୁ ଦର୍ଶକ ଓ ଖେଳାଳି ଉପଭୋଗ କରିଥିଲେ । ଆଜିର ମ୍ୟାଚ୍‌କୁ ଅମ୍ପାୟାର ଭାବରେ ସତ୍ୟବାନ ମେର୍ଲି ଓ ବିରେନ ବେହେରା ପରି·ଳନା କରିଥିଲେ । କ୍ଲବର ସଦସ୍ୟ ଆଶିକ କୁମାର ଯୋଷୀ, ବିଶ୍ୱଜିତ ମେଶ୍ୱା, ସୁନିଲ ତୁନିଆ, ରମଣ ବେହେରା, ଲୋଚନ ବୁଡେକ, ନନ୍ଦି ଭୋଇ, ସୀତାକାନ୍ତ ଭୋଇ, ଶ୍ରୀତମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.