ppurohit

ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନୀ ଉତ୍ସବର ଅନୁଷ୍ଠିତ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥରେଲ ଗ୍ରାମରେ ବରଗଡ ଜିଲ୍ଲାସ୍ତରୀୟ ଜନଜାତି ସାଧନ କେନ୍ଦ୍ର ଉଦ୍‌ଘାଟନ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଅଧିକାରୀ ଛତ୍ରପତି ସାହୁ, ରାଧାକାନ୍ତ ଛତ୍ରିଆ, ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ, ପାଇକମାଲ ପ୍ରଧାନ ଶିକ୍ଷକ ଦେବଦାସ ପ୍ରଧାନ, ଗୋଷ୍ଠୀ ସଂଯୋଜକ ଡୋଳାମଣି ମାହାର, କେଦାର ନାଥ ରାଉତ, ରଞ୍ଜନ ବାଗ ପ୍ରମୁଖ ଅଧିକାରୀମାନେ ଜନଜାତିର ପୂର୍ବ ପୁରୁଷ ଲୋକମାନେ ବ୍ୟବହାର କରୁଥିବା ଜିନିଷ ପତ୍ର ସାମଗ୍ରୀ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି ସାଧନା କେନ୍ଦ୍ର ଗୃହରେ ଗାଁ ଗହଲିରେ ବ୍ୟବହାର କରୁଥିବା ଗାଉଲି ଭାଷାରେ ପୁରା, ଗୂର୍ରୁଗୁଡା, ଛତ୍ରି, ବେଲେନ, ତିତେର ଫାନ୍ଦ, ପଟ ଝୁରା, ଯୁଏବେଟିଆ, ଲଙ୍ଗଳ, ଯୁଏଢ, ଜତା, କଠଉ, ଟୋପଗାଢି, ଧନୁଶର, ଗୁଲେର, ବରଛି, ଟାଙ୍ଗୀ, ଲୁଦର, ଡଲା, ଛିଟନି, ତାଙ୍ଗରି, ଟୁପଲି, ଭୁଗଲି, କୁଲା, ଧଉର, ବେନା, ଜାଲ, ଥୁପି ଆଦି ବହୁ ପୂରାତନ ଜିନିଷ ସବୁ ସାଇତି ରଖାଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ହରେକୃଷ୍ଣ ମହାଲିଙ୍ଗ ବିଂଝାଲ ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପଥରେ ଗ୍ରାମରେ ନବେ ପ୍ରତିଶତ‌ ଲୋକ ଜନଜାତିର‌ ଲୋକ ବାସ କରନ୍ତି ବୋଲି କହିଥିଲେ । କମିଟିର ରହେନୁ ଅମରି, ଚିନୁ ଅମରି, ନିର୍ମଳ ଏଣ୍ଡଜା ଓ ପଥରେଲ ଗ୍ରାମ ସମସ୍ତ ଗ୍ରାମବାସୀ ମାନ୍ଦଳ ବଜାଇ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.