oom

ରଙ୍ଗେଇଲୁଣ୍ଡା ବ୍ଲକଠାରେ ଗତିଶୀଳ ‘ଲକ୍ଷ୍ମୀ’ ବସ୍ ସେବାର ଉଦ୍‌ଘାଟନୀ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକଠାରେ ଗତିଶୀଳ ଓଡ଼ିଶା ନବୀନ ଓଡ଼ିଶା ତଥା ୫-ଟି ଅନ୍ତର୍ଭୁକ୍ତ ‘ଲକ୍ଷ୍ମୀ’ ବସ୍ ସେବାର ଉଦ୍‌ଘାଟନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଭ୍ୟ, ସଭ୍ୟା, ବ୍ଲକ୍ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସ୍ଥାନୀୟ ଜନପ୍ରତିନିଧି, ବିଜେଡ଼ିର ସର୍ବବର୍ଗୀୟ ନେତୃବୃନ୍ଦ ତଥା ଗ୍ରାମବାସୀମାନଙ୍କ ଗହଣରେ ରହି ‘ଲକ୍ଷ୍ମୀ’ ବସ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଏପରି ଗରିବଙ୍କ ପାଇଁ ଉଦ୍ଧିଷ୍ଟ ଧନୀ ଶ୍ରେଣୀର ସୁବିଧା ରହିଥିବା ସ୍ୱଳ୍ପ ଦେୟ ଯୁକ୍ତ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଥିବାରୁ ସମସ୍ତ ଗୋପାଳପୁର ବାସୀଙ୍କ ତରଫରୁ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.