ଛତ୍ରପୁର ବ୍ଳକ୍‌ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ନରେନ୍ଦ୍ରପୁର ଗ୍ରାମର ଶତ-ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ, ବିପୁଳିଙ୍ଗି ପଞ୍ଚାୟତର ତେଲାପଲ୍ଲୀ ଓ ବିପୁଳିଙ୍ଗି ଗ୍ରାମର ଶତ-ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ, ମିଶନଶକ୍ତି ଗୃହ, କୋଠଘର, ରାଜନାପଲ୍ଲୀ ଗ୍ରାମର କୋଠ ଘରର ଶୁଭ ଉଦ୍‌ଘାଟନୀ ହୋଇଯାଇଛି । ଏହା ସହ ଗେଦଲପଲ୍ଲୀ ଗ୍ରାମରେ ଏବଂ ଅଗସ୍ତିନୂଆଗାଁ ଗ୍ରାମ ପଞ୍ଚାୟତର ଜି.ଏନ. ପାଲେମ୍ (ପାଲିଆ-ଛତ୍ରପୁର) ଗ୍ରାମର କୋଠଘର, ଚମାଖଣ୍ଡି ପଞ୍ଚାୟତର କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, ମିଶନଶକ୍ତି ଗୃହ ସମେତ ବିବିଧ ନୂତନ ପ୍ରକଳ୍ପ ଗୁଡିକର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନୀ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ଯୋଗଦାନ କରିଥିଲେ । ଏହା ସାଂଗକୁ ସ୍ଥାନୀୟ ଭଦ୍ରମଣ୍ଡଳୀ ଜନପ୍ରତିନିଧି, ନେତୃବୃନ୍ଦ ଏବଂ ମିଶନ ଶକ୍ତି ସଦସ୍ୟାମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.