୧୫ ଦିନିଆ ଆନ୍ତର୍ଜାତୀୟ ମହିଳା ହିଂସା ମୁକ୍ତ ସମାଜ ଗଠନ ଦିବସ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମହିଳା ନିଜେ ସଶକ୍ତିକରଣ ହୋଇଛି, ଏହା ସତ୍ୱେ ଘରେ ଘରେ ମହିଳା ହିଂସାର ଶିକାର ହେଉଛି । ବିଭିନ୍ନ ପ୍ରକାର ଜଘନ୍ୟ କାଣ୍ଡ ମଧ୍ୟ ମହିଳାଙ୍କ ଉପରେ ଘଟି ଆସୁଛି । ଏହାକୁ ସୁଧାରିବା ପାଇଁ ଆଇଏସଆରଡ଼ି, ୱାନ ଷ୍ଟପ ସେଣ୍ଟର (ସଖୀ) ବ୍ରହ୍ମପୁର ତରଫରୁ ୧୫ ଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଶ୍ରୀମତୀ ଶୁଭଶ୍ରୀ ପାତ୍ର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଏବଂ ମହିଳା ହିଂସା ମୁକ୍ତ ସମାଜ ଗଠନ ଉପରେ ଉଚ୍ଚ କୋଟିର ମତ ପ୍ରକାଶ କରିଥିଲେ । ଆମେ ସମସ୍ତେ ମିଳିତ ଭାବେ କାମ କରିବା ସହିତ ନାରୀପ୍ରତି ହେଉଥିବା ହିଂସା ବିରୁଦ୍ଧରେ ସ୍ଵର ଉତ୍ତଳନ କରି ହିଂସାକୁ ବନ୍ଦ କରିବା । ବାସ୍ତବରେ ମହିଳା ହେଉଛି ସମାଜର ଗୃହଲକ୍ଷ୍ମୀ, ମହିଳାମାନଙ୍କୁ ଅତି ପୂର୍ବରୁ ବା ଅତିତରୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି । ଆଜିର ଦିନରେ ମହିଳା ସଶକ୍ତିକରଣ ହୋଇ ଆସୁଥିବା ହେତୁ ଆମ ଆଖି ସାମ୍ନାରେ ବସିଥିବା ମହୀୟସୀ ମହିଳା, ମହିଳା ପ୍ରତି ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ଆଗେଇ ଆସିବା ପାଇଁ ଆହ୍ଵାନ କରିଥିଲେ ।

ଆଜି ମଧ୍ୟ ତଳ ସ୍ତରର ଲୋକଙ୍କ ମାନସିକତାର ପରିବର୍ତ୍ତନ ହୋଇ ନାହିଁ । ସେହି ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଥିଲା । ମ୍ୟୁନିସିପାଲଟି ମହିଳା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ବେହେରା, ଆବାସିକ ପରିଚାଳିକା ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା, କୋର୍ପୋରେଟର ପଦ୍ମିନୀ ମିଶ୍ର ସମ୍ମାନିତ ଶିଶୁ ପ୍ରକଳ୍ପ ବିକାଶ ଅଧିକାରିଣୀ, ବ୍ରହ୍ମପୁର- ୨ ଶ୍ରୀମତୀ ଅବିଧା ପରୱିନ, ପରିଦର୍ଶୀକା ଭବାନୀ ବେହେରା ଏବଂ ଉକ୍ତ ବିଦ୍ୟାଳୟର ଛାତ୍ରୀଙ୍କ ସହ ନିକଟସ୍ଥ ବସ୍ତିର ବାଳିକାମାନେ ଉପସ୍ଥିତ ଥିଲେ । ୱାନ ଷ୍ଟପ ସେଣ୍ଟର (ସଖୀ) ପରିଚାଳିକା ଶ୍ରୀମତୀ ମହେଶ୍ଵତା ପାଢୀ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ଆଇଏସଆରଡ଼ି ନିର୍ଦ୍ଧେଶକ ସୁଧୀର ସାବତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ । ତା’ ସହିତ ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସଂଗୀତା ପାତ୍ରଙ୍କ ତତ୍ଵାବଧାନରେ କାର୍ୟ୍ୟକ୍ରମକୁ ପରିଚାଳନା କରଯାଇଥିଲା । ୱାନ ଷ୍ଟପ ସେଣ୍ଟର (ସଖୀ) କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ମିଳିତ ସହଯୋଗ କରିଥିଲେ । ଯଥା ପ୍ରୀତି ସରିତା, ଲିପିକା ଜେନା, ତମ୍ବାଳି ନାୟକ, ସ୍ନେହାମାୟୀ ପାଢୀ, ନିରଞ୍ଜନ ପ୍ରଧାନ ଏବଂ ଅରୁଣୀ ନାୟକ ତଥା ଚାଇଲ୍ଡଲାଇନ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ସମସ୍ତେ ସୁସ୍ଥ ମହିଳା ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଶପଥ ଗ୍ରହଣ କରିଥିଲେ ।

Leave A Reply

Your email address will not be published.