ଆଜି ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୦.୩୦ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ‘ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)’କୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରିବେ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସମ୍ମିଳନୀରେ ୪୨ଟି ରାଷ୍ଟ୍ରମଣ୍ଡଳ ଦେଶ ଏବଂ ବିଶ୍ବର ଭିନ୍ନ ଭିନ୍ନ ପ୍ରାନ୍ତର ୪ଟି ଅର୍ଦ୍ଧ-ସ୍ବାୟତ୍ତ ସଂସଦର, ୬୧ ଜଣ ବାଚସ୍ପତି ଓ ପୀଠସୀନ ଅଧିକାରୀ ଯୋଗଦେବେ । ଏହି ସମ୍ମିଳନୀରେ ଅନେକ ସମସାମୟିକ ସଂସଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏସବୁ ପ୍ରସଙ୍ଗ ମଧ୍ୟରେ ସୁଦୃଢ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ବଜାୟ ରଖିବାରେ ବାଚସ୍ପତି ଏବଂ ପୀଠସୀନ ଅଧିକାରୀମାନଙ୍କ ଭୂମିକା, ସଂସଦୀୟ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର, ସଂସଦର ସଦସ୍ୟମାନଙ୍କ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ, ସଂସଦ ବିଷୟରେ ଲୋକମାନଙ୍କ ବୋଧଗମ୍ୟତା ବୃଦ୍ଧି ପାଇ ଅଭିନବ କୌଶଳର ବ୍ୟବହାର ଏବଂ ଭୋଟଦାନ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନାଗରିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଅଭିନବ ରଣନୀତି ଆଦି ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.