ପଲସଦା ଆରୋଗ୍ୟ କେନ୍ଦ୍ର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ସ୍ଥିତ ଆୟୁଷ ଆରୋଗ୍ୟ କେନ୍ଦ୍ର ବୁଧବାର ଶୁଭ ଉଦଘାଟନ ହୋଇଯାଇଛି । ଏହାକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଦମୟନ୍ତୀ ସାହୁ ସ୍ୱାମୀ ଗିରିଧାରୀ ସାହୁ ୫୦ଡିସମିଲ ଜମି ଦାନ କରିଥିବାରୁ ତାଙ୍କ ଝିଅ ନେତ୍ରୀ ସାହୁଙ୍କୁ ପଲସଦା ଗାଁ ତରଫରୁ ସମ୍ମାନିତ କରାଯାଇଥିଲା । ବିଶ୍ୱନାଥ ରଣାଙ୍କ ଦ୍ୱାରା ପ୍ରଦତ୍ତ ବଉଳ ଚାରା ମାନ୍ୟବର ସାଂସଦଙ୍କ ଦ୍ଵାରା ରୋପଣ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ସିଂ ବରିହା, ସରପଞ୍ଚ ପଙ୍କଜ କୁମାର ସାହୁ, ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହା, ଗାଁ କମିଟି ସଭାପତି ମିଲନ ସିଂ ବରିହା, ଲଳିତ ପଟେଲ, ଅରୂପା ପଟେଲ, ଗଜେନ୍ଦ୍ର ସାହୁ ଏବଂ ଗ୍ରାମର ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ । ପଲସଦା ଡକ୍ଟର ଆଲୋକ ମେହେରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ବରଗଡ଼ ଆୟୁଷ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଲକ୍ଷ୍ମୀପ୍ରିୟା ବେହେରା ଆୟୁର୍ବେଦିକ ଚିକିତ୍ସା ଲୋକେ କିପରି ପାଇଁ ପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ସଭାରେ ବିଶ୍ୱନାଥ ରଣା ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ଥିଲେ । ଯୋଗ ଶିକ୍ଷକ ଅରବିନ୍ଦ ସାହୁ ଯୋଗ ଆଉ ପ୍ରାଣାୟମ ଦ୍ୱାରା ମଣିଷ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଆଲୋକପାତ କରିଥିବା ବେଳ ସଭା ଶେଷରେ ଡମ୍ବରୁଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.