ଦକ୍ଷିଣ ପୂର୍ବ ରେଲୱେ ଟ୍ରେଡ ୟୁନିଅନର ନୂତନ କାର୍ଯ୍ୟାଳୟ ଉଦଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ପୂର୍ବ ରେଲୱେ ଟ୍ରେଡ ୟୁନିଅନର କାର୍ଯ୍ୟାଳୟ ରାଉରକେଲାର ଆନନ୍ଦ ଭବନ ଲେନ୍‌ର ହାୟତ ।ପଲେସର ପ୍ରଥମ ମହଲାରେ ଉଦଘାଟିତ ହୋଇଯାଇଛି । ୟୁନିଅନର ମୁଖ୍ୟ ଜାହାଙ୍ଗୀର ହକ୍‌ଙ୍କ ଆବାହକତ୍ଵରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ୟାମଲ ସହାୟ, ଅହମ୍ମଦ ମେହେମୁଦ ସଇଦ ଅନୱର, ତାପସ ବାନାର୍ଜୀ, ଆର୍‌ ଏକ ଭକ୍ତା, ଗଗନ ପଣ୍ଡା, ସୁଷମା ସିଂ, ସାଧନା ମଣ୍ଡଳ, ମହମ୍ମଦ ସଦା ଉଲ୍ଲା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଚକ୍ରଧରପୁର ଡିଭିଜନ ୟୁନିଅନର ସାଧାରଣ ସମ୍ପାଦକ ତଥା ମଣ୍ଡଳ ସଂଯୋଜକ ଶ୍ରୀ ହକ୍ ଏହି କାର୍ଯ୍ୟାଳୟ ମାଧ୍ୟମରେ ବନ୍ଧମୁଣ୍ଡା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ରେଲୱେ କଲୋନୀର କର୍ମଚାରୀ ମାନଙ୍କୁ ସେବା ଓ ଏଠାକାର ଥିବା ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ସହଜ ଓ କାର୍ଯ୍ୟକ୍ରମ ଗୁଡିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟାଳୟରେ ଟ୍ରେଡ ୟୁନିଅନର ସମସ୍ତ ସଦସ୍ୟ ନିଜ ନିଜର ମତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିପାରିବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.