
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ ୦୯ ଜୁନ୍ ୨୦୨୫ରେ ପୁଡୁଚେରୀ ବିଧାନସଭା ପାଇଁ ଜାତୀୟ ଇ-ବିଧାନ ଆପ୍ଲିକେସନ୍ (ଘରଠଇ) ଉଦଘାଟନ କରିଛନ୍ତି । ଏହା ସ୍ୱଚ୍ଛ, ଦକ୍ଷ ଏବଂ ପରିବେଶ ଅନୁକୂଳ ଶାସନ ଦିଗରେ ଏକ ପ୍ରମୁଖ ପଦକ୍ଷେପ । ପୁଡୁଚେରୀର ଉପରାଜ୍ୟପାଳ କେ. କୈଳାସନାଥନ, ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସାମୀ, ପୁଡୁଚେରୀ ବିଧାନସଭାର ବାଚସ୍ପତି ଆର. ସେଲଭାମ ମଧ୍ୟ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ଏହି ଶୁଭାରମ୍ଭ ସହିତ, ପୁଡୁଚେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷାକରିଘରଠଇ ପ୍ଲାଟଫର୍ମ ଗ୍ରହଣ କରିବାରେ ଦେଶର ୧୯ତମ ବିଧାନସଭା ପାଲଟିଛି । କାଗଜବିହୀନ ବିଧାନସଭା କାର୍ଯ୍ୟକୁ ସକ୍ଷମ କରୁଥିବା ଏହି ପଦକ୍ଷେପକୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯାଇଛି । ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ କହିଛନ୍ତି, “ଘରଠଇ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ବିଧାନସଭା କାର୍ଯ୍ୟପନ୍ଥାରେ ସଠିକ-ସମୟରେ ସ୍ୱିକୃତିକୁ ସୁନିଶ୍ଚିତ କରେ ଏବଂ ଆମର ଗଣତନ୍ତ୍ରକୁ ସୁଦୃଢ଼ କରେ । ଏହା ‘ଏକ ରାଷ୍ଟ୍ର, ଏକ ପ୍ରୟୋଗ’ ନୀତିକୁ ପ୍ରତିଫଳିତ କରେ, ଏଥିସହିତ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’ ଏବଂ ପ୍ରସ୍ତାବିତ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଭଳି ଐତିହାସିକ ସଂସ୍କାର ମଧ୍ୟ ଏଥିରେ ସାମିଲ ଅଛି । ଜନସାଧାରଣଙ୍କର ଜାଣିବା ଏବଂ ଆଇନ କିପରି ତିଆରି ହୁଏ ତାହା ଦେଖିବାର ଅଧିକାର ଅଛିଫ ।” ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ଦଶନ୍ଧିର ପ୍ରମୁଖ ସଫଳତା ଉପରେ ମଧ୍ୟ ମନ୍ତ୍ରୀଆଲୋକପାତ କରିଥିଲେ, ଯେଉଁଥିରେ ଭାରତ ଡିଜିଟାଲ କାରବାରରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ହେବା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଊଈଞ) ମାଧ୍ୟମରେ କଲ୍ୟାଣର ଦକ୍ଷ ବିତରଣ, ଆତ୍ମନିର୍ଭର ଭାରତ ଅଧୀନରେ ପ୍ରଯୁକ୍ତିବିଦ୍ୟା ପ୍ରଗତି, ଯାହା ଫଳରେ ପ୍ରତିରକ୍ଷା ଆମଦାନୀରେ ୫୦% ହ୍ରାସ ଘଟିବା ଆଦି ଅନ୍ତର୍ଭୁକ୍ତ । ସେ ଭାରତର ଅଭିବୃଦ୍ଧିକୁ ପରିଚାଳିତ କରୁଥିବା ଦୁଇଟି ପ୍ରମୁଖ ସ୍ତମ୍ଭ ଭାବରେ ଭିତ୍ତିଭୂମି ବିକାଶ ଏବଂ ସାମାଜିକ ପୁଞ୍ଜି ଉପରେ ଆଲୋକପାତ କରିଥିଲେ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତଦିଗରେ ଭାରତ ଯାତ୍ରା ଉପରେ ବିଶ୍ୱାସ ପ୍ରକଟ କରିଥିଲେ । ପୁଡୁଚେରୀର ଉପରାଜ୍ୟପାଳ ଘରଠଇର ଶୁଭାରମ୍ଭକୁ ଏକ ମାଇଲଖୁଣ୍ଟ ଭାବରେ ପ୍ରଶଂସା କରି କହିଛନ୍ତି ଯେ ଏହା କେବଳ ବିଧାନସଭା କାର୍ଯ୍ୟକୁ ଡିଜିଟାଇଜେସନ୍ କରେ ନାହିଁ ବରଂ କାର୍ଯ୍ୟର ଲାଇଭ-ଷ୍ଟ୍ରିମିଂକୁ ମଧ୍ୟ ସକ୍ଷମ କରେ, ଯାହା ଅଧିକ ଜନସାଧାରଣଙ୍କ ଗ୍ରହଣୀୟତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରେ । ସେ ଉଲ୍ଲେଖ କରିଛନ୍ତି ଯେ ଏହି ପଦକ୍ଷେପ ଡିଜିଟାଲ୍ ଇଣ୍ଡିଆ, ଗୋ-ଗ୍ରୀନ୍ ଏବଂ ସୁଶାସନକୁ ସମର୍ଥନ କରି ବାର୍ଷିକ ୩-୫ ଟନ୍ କାଗଜ ସଞ୍ଚୟ କରିବ । ଅଧିକାରୀମାନେ ଘରଠଇ ର ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ବିଧାୟକ ଏବଂ କର୍ମଚାରୀମାନଙ୍କୁ ତାଲିମ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆପ୍ଲିକେସନର ସୁଗମ କାର୍ଯ୍ୟାନ୍ୱୟନ ପାଇଁ ସଚେତନତା ଅଭିଯାନ ଏବଂ ଦକ୍ଷତା-ବିକାଶ ଅଧିବେଶନମାନ ଆୟୋଜନ କରାଯିବ । ଘରଠଇ ହେଉଛି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ମିଶନ ମୋଡ୍ ପ୍ରୋଜେକ୍ଟ, ଯାହାର ଲକ୍ଷ୍ୟ ହେଉଛି ସମସ୍ତ ବିଧାନସଭାକୁ ଏକ ଏକୀକୃତ ଡିଜିଟାଲ ପ୍ଲାଟଫର୍ମକୁ ଆଣିବା ଯାହା ଦ୍ୱାରା କାଗଜବିହୀନ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ ବିଧାନସଭା କାର୍ଯ୍ୟ ସୁନିଶ୍ଚିତ ହୋଇପାରିବ ।