jayashree

ବାଲେଶ୍ୱର ରେଳ ଷ୍ଟେସନରେ ନବନିର୍ମିତ ପାଦଚଲା ଓଭରବ୍ରିଜକୁ ଉଦ୍‌ଘାଟନ କଲେ ରେଳମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ରେଳ ଷ୍ଟେସନ ଠାରେ ତିନି ଫୁଟ ଚଉଡ଼ା ଏକ ନବନିର୍ମିତ ପାଦ ଚଲା ଓଭରବ୍ରିଜକୁ ଉଦ୍‌ଘାଟନ କରିଛନ୍ତି । ଗତ ଫେବୃଆରୀ ମାସରେ ରେଳ ମନ୍ତ୍ରୀଙ୍କ ଗସ୍ତ ପରେ ଏହି ପାଦଚଲା ଓଭରବ୍ରିଜ୍‌କୁ ମଞ୍ଜୁର କରାଯାଇଥିଲା । ବର୍ତ୍ତମାନ ୩କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଛି । ଚଳିତ ମାସ ଏହାର ନିର୍ମାଣ କାମ ଶେଷ ହୋଇଥିଲା । ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଦକ୍ଷିଣ ପୂର୍ବ ରେଳବାଇ ସର୍ବଦା ଅତିରିକ୍ତ ଯାତ୍ରୀ ସୁବିଧା ଯୋଗାଇଦେବା ପାଇଁ ପଦକ୍ଷେପ ନେଇଛି । ଷ୍ଟେସନ ଭିତରେ ଯାତ୍ରୀଙ୍କ ଯାତାୟାତକୁ ସୁନିଶ୍ଚିତ କରିବା ପାଇଁ ଏଫ୍‌ଓବି ଯୋଜନା କରାଯାଇଥିଲା । ଏହି ନୂତନ ଫୁଟ୍ ଓଭର ବ୍ରିଜ୍ ଉଦ୍‌ଘାଟନ ହେବା ପରେ ଯାତ୍ରୀମାନେ ସୁରକ୍ଷିତ ଓ ସୁବିଧାରେ ଗୋଟିଏରୁ ଆଉ ଗୋଟିଏ ପ୍ଲାଟଫର୍ମକୁ ସୁବିଧାରେ ଯାତାୟାତ କରିପାରିବେ । ନବନିର୍ମିତ ଓଭରବ୍ରିଜ୍ ୧,୨,୩ ଓ ୪ ନମ୍ବର ପ୍ଲାଟଫର୍ମକୁ ସୁବିଧାରେ ଯୋଡ଼ିଛି । ସୂଚନାଯୋଗ୍ୟ ବାଲେଶ୍ୱର ଷ୍ଟେସନ ହାଓଡ଼ା-ଚେନ୍ନାଇ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଜଙ୍କସନ ହୋଇଥିବା ବେଳେ ଏହା ସମଗ୍ର ଭାରତରେ ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଉଚ୍ଚାକାଂକ୍ଷୀ ଅମୃତ ଭାରତ ଷ୍ଟେସନ ଯୋଜନାର ଏକ ଅଂଶବିଶେଷ । ଅମୃତ ଭାରତ ଷ୍ଟେସନ ଯୋଜନାରେ ବାଲେଶ୍ୱର ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଯାତ୍ରୀ ସୁବିଧା କେନ୍ଦ୍ର ରୂପରେ ପରିଣତ କରାଯାଉଛି ଯେଉଁଥିରେ ପାଖାପାଖି ୨୦୦ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ବରାଦ କରାଯାଇଛି ।

Leave A Reply

Your email address will not be published.