
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମପଞ୍ଚାୟତ ଅଧୀନସ୍ଥ ରାମପଲ୍ଲୀ ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀଙ୍କ ୫୦ତମ ପୂର୍ତ୍ତି ଅବସରରେ ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ବାର୍ଷିକ ଯାତ୍ରା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓ ସମ୍ମାନିତ ଅତିଥୀ ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଅନ୍ୟତମ ଅତିଥି ଭାବେ ସରପଞ୍ଚ, ବି.ସୁଦାମ ଯୋଗଦେଇ ରବିବାର ଅପରାହ୍ନରେ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ହରିଶ୍ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ନାଟକ ମହାଭାରତ ଏବଂ ପିଣ୍ଟୁ ମହାପାତ୍ରଙ୍କ ନିର୍ଦ୍ଦେଶରେ ରାମାୟଣ ମଞ୍ଚସ୍ଥ ହୋଇ ଦର୍ଶକଙ୍କୁ ମୁଗ୍ଧ କରି ଦେଇଥିଲା । ଶାରଦୀୟ ନବରାତ୍ର ପୂଜା ଅବସରରେ ଦୈନିକ ପୂଜା ପାର୍ବଣ ସମ୍ଭାରାରେ ଦେବୀଙ୍କ ଠାରେ ବିଧିବଦ୍ଧ ପୂର୍ଜାଚ୍ଚନା ଦୀପଧୂପ ନୈବେଦ୍ୟ ଅର୍ପଣ କରାଯାଉଥିଲା । ପ୍ରାରମ୍ଭରେ ଅତିଥି ଓ ମଞ୍ଚାସୀନ କରାଇ ରାମପଲ୍ଲୀ, ମା’ ବୁଢ଼ୀ ଠାକୁରାଣୀ ଯାତ୍ରା କମିଟି ସଦସ୍ୟ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଉଦ୍ଘାଟନ ଦିବସରେ, ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସମିତିସଭ୍ୟ, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, କାଳୀପଲ୍ଲୀ ଗ୍ରାମପଞ୍ଚାୟତ, ପୂର୍ବତନ ସରପଞ୍ଚ, ପଦୁଚରଣ ସାହୁ, ବିଜେପି ନେତା ସମ୍ପଦ ନାହାକ, ମହାରାଜ ଦାସ, ବିଜେପି ନେତା ଜି. ଗଙ୍ଗାଧର ପାତ୍ର, ସମାଜସେବୀ ଓ କଂଗ୍ରେସ ଯୁବ ନେତା ଅବନୀ କୁମାର ଶତପଥୀ, ସମିତିସଭ୍ୟ ଅମରେଶ୍ୱର ସାହୁ, ସମାଜସେବୀ ସୁଶାନ୍ତ ସାହୁ, ହରିହର ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥି ଯୋଗଦେଇ ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ରାମପଲ୍ଲୀ ଗ୍ରାମ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା କମିଟି ସଦସ୍ୟ, ରାମହରି ସ୍ୱାଇଁ, କୁମାର ସ୍ୱାଇଁ, ଶତୃଘ୍ନ ଭୁୟାଁ, ଶିବରାମ ସ୍ୱାଇଁ, ଅମର ସ୍ୱାଇଁ, କିଶୋର ଚନ୍ଦ୍ର ସ୍ୱାଇଁ, ଦାଶରଥି ପ୍ରଧାନ, ଗୁଣ୍ଡିଚା ସ୍ୱାଇଁ, ଦିବା ସ୍ୱାଇଁ, ଅନୁପ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାମପଲ୍ଲୀ ଗ୍ରାମର କିଛି ବରିଷ୍ଠ ନାଟକ, ନିର୍ଦ୍ଧେଶ ଓ ପିଣ୍ଟୁ ମହାପାତ୍ରଙ୍କୁ ମଞ୍ଚ ଉପରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଚମାଖଣ୍ଡି ଥାନା ଅଧିକାରୀ ଦୀପିକା ଦେବୀରାୟଙ୍କ ନିର୍ଦ୍ଦେଶନାରେ ଜଗନ୍ନାଥପୁର
ବିଟ୍ ହାଉସ ଅଧିକାରୀ ଏ.ଏସ୍. ଆଇ. ଅରୁଣ କୁମାର ରାଉତ ଏବଂ ପୋଲିସ ଅଧିକାରୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ରକ୍ଷା ଖୁବ୍ ସୁରୁଖୁରେ ସମ୍ପନ୍ନ ହୋଇଥିଲା ।