ବଲାଙ୍ଗିରରେ ପ୍ରଥମ ଥର ପାଇଁ ଉଦ୍‌ଘାଟନ ହେଲା ଓଡ଼ିଶୀର ଇଲେକ୍ଟ୍ରି ବାଇକ୍ ଓ ସ୍କୁଟି ସୋରୁମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସହରର ଗାନ୍ଧୀ ନଗର ପଡ଼ାର ଭାରତ ପେଟ୍ରୋଲ ପମ୍ପ ସାମ୍ନାରେ ଓଡ଼ିଶୀର ଇଲେକ୍ଟ୍ରି ବାଇକ୍ ଓ ସ୍କୁଟି ସୋରୁମ୍ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ପ୍ରଥମ ଥର ପାଇଁ ଏହି କମ୍ପାନୀ ବଲାଙ୍ଗିର ସହରକୁ ଇଲେକ୍ଟ୍ରି ବାଇକ୍ ଆଣିଥିବା ବେଳେ ଇଲେକ୍ଟ୍ରି ସ୍କୁଟି ମଧ୍ୟ ଆଣିଛି । ଏହା ସହ ଭଲ ରେଟ୍‌ ସହ ଭଲ ସାର୍ଭିସ ମଧ୍ୟ ଗ୍ରାହକମାନଙ୍କ ପାଇଁ କମ୍ପାନୀ ତରଫରୁ ଦିଆଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସୋରୁମ୍ ମାଲିକ ବିଶ୍ୱଜିତ୍‌ ତ୍ରୀପାଠୀ ଓ ତାଙ୍କ ଧର୍ମପତ୍ନୀ ଉପସ୍ଥିତ ଥିବା ନେଇ ଜଣାପଡ଼ିଛି । ଅନ୍ୟପଟେ ବଲାଙ୍ଗିରକୁ ପ୍ରଥମ ଥର ପାଇଁ ଇଲେକ୍ଟ୍ରି ବାଇକ୍ ଆସିଥିବାରୁ ଗ୍ରାହକ ମାନଙ୍କ ପାଇଁ ଲମ୍ବା ଲାଇନ୍‌ ଲମ୍ବିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.